Latest Odisha News

BREAKING NEWS

ପ୍ରିୟ ସୋମଦତ୍ତ ନାୟକ ଓଡ଼ିଶା ପାଇଁ ଆଣିଛନ୍ତି ଗୈାରବ, ଚାରିଆଡୁ ଶୁଭେଚ୍ଛା

ଭୁବନେଶ୍ବର: ମେଡିକାଲ  ପ୍ରବେଶିକା ପରୀକ୍ଷା ନିଟ୍‌ରେ ଓଡ଼ିଶାରୁ ଟପ୍ପର ହୋଇଥିବା ପ୍ରିୟ ସୋମଦତ୍ତ ନାୟକଙ୍କୁ ସାଇ ଇଣ୍ଟରନାସନାଲ ସ୍କୁଲ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଓଡ଼ିଶା ପାଇଁ ସେ ଗୈାରବ ଆଣିଥିବା ସହ ସାଇ ଇଣ୍ଟରନାସନାଲ ସ୍କୁଲର ନାମକୁ ମଧ୍ୟ ଗୈାରବାନିତ୍ୟ କରିଛନ୍ତି ।   ସୋମଦତ୍ତ  ୭୨୦ରୁ ୭୦୫ ମାର୍କ ରଖିଛନ୍ତି। ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ ରହିଛି ୩୯। ସେହିପରି ସୈାମ୍ୟ ସଜନ ପଣ୍ଡା ମଧ୍ୟ ରାଜ୍ୟ ପାଇଁ ଦୁଇ ନମ୍ବରରେ ରହିଛନ୍ତି । ସେ 686 ମାର୍କ ରଖିଛନ୍ତି । ଅନ୍ୟ ତିନି ଜଣ ଶିକ୍ଷାର୍ଥୀ ମଧ୍ୟ ଭଲ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ସମସ୍ତଙ୍କୁ ସ୍କୁଲ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି ।

 ପ୍ରିୟ ମେଡିକାଲରେ ପଢ଼ିବା ପାଇଁ ବହୁତ ପରିଶ୍ରମ କରୁଥିଲେ । ତାଙ୍କ ପରିଶ୍ରମର ଫଳ ମିଳିଥିବାରୁ ସାଇ ଇଣ୍ଟରନାସନାଲ ସ୍କୁଲ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଛି । ପ୍ରିୟ କହିଛନ୍ତିମୋର ୭୦୦ରୁ ଅଧିକ ମାର୍କ ରହିବ ବୋଲି ଅଶା ରଖିଥିଲି। ମୁଁ ଦିଲ୍ଲୀ ଏମ୍ସରେ ଏବିବିଏସ କରିବାକୁ ଚାହୁଁଛି। ପିଲାବେଳୁ ମୋର ଡାକ୍ତର ହେବାର ସ୍ୱପ୍ନ ଥିଲା। ସ୍ବପ୍ନ ପୂରଣ ହୋଇଛି ।  ମୁଁ ଏହି ଶ୍ରେୟ ମୋ ବାପା, ମା’ ଏବଂ  ଶିକ୍ଷକଙ୍କୁ ଦେବି।

ନିଟ ପରୀକ୍ଷାରେ ଭଲ ରାଙ୍କ୍ ରଖିଥିବାରୁ ସାଇ ଇଣ୍ଟରନାସନାଲ ପ୍ରିନସପାଲ୍ ନୀଳକଣ୍ଠ ପାଣିଗ୍ରାହୀ ନିଟ୍ ଉତୀର୍ଣ୍ଣ ଶିକ୍ଷାର୍ଥୀଙ୍କୁ ସ୍କୁଲ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଶିକ୍ଷାର୍ଥୀଙ୍କୁ ମେଡିକାଲ ପରୀକ୍ଷାରେ କୃତକାର୍ଯ୍ୟ ପାଇଁ ଉନ୍ନତମାନର ଶିକ୍ଷା ଦିଆଯାଉଛି । ଯାହା ଫଳରେ ଛାତ୍ରଛାତ୍ରୀମାନେ ସଫଳତା ପାଉଛନ୍ତି ।

Leave A Reply

Your email address will not be published.