Latest Odisha News

BREAKING NEWS

ବ୍ରିଟେନରେ ରାଣୀଙ୍କ କ୍ଷମତା: ଭୋଟ୍ ଦେଉନଥିଲେ କିନ୍ତୁ ସରକାର ଭାଙ୍ଗିପାରିବାର କ୍ଷମତା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ରାଣୀ ଥିଲେ। ସରକାରରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ୟ୍ୟନ୍ତ ଏହା ତାଙ୍କର ଶେଷ ନିଷ୍ପତ୍ତି ଥିଲା।

BjdElectrycity

ଏଲିଜାବେଥ ଦ୍ବିତୀୟ ବ୍ରିଟେନକୁ ଦୀର୍ଘ ୭୦ ବର୍ଷ ଧରି ଶାସନ କରିଆସୁଥିଲେ। ଏ ପର୍ୟ୍ୟନ୍ତ ସେ ଦେଶ ପାଇଁ ଲିଜ ଟ୍ରସଙ୍କୁ ମିଶାଇ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ବ୍ରିଟେନର ଦୀର୍ଘତମ ସେବା କରୁଥିବା ରାଣୀ ହେବାର ରେକର୍ଡ ମଧ୍ୟ ତାଙ୍କ ନାମରେ ଏଲିଜାବେଥ ଦ୍ବିତୀୟଙ୍କ ନାଁରେ ରହିଛି।

ରାଣୀ କ୍ଷମତାର ଏକ ଅଂଶ ନଥିଲେ । କିନ୍ତୁ କ୍ଷମତାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ତାଙ୍କ ଦସ୍ତଖତ ଉପରେ ନିର୍ଭର କରୁଥିଲା। ଏପରିକି ଏଲିଜାବେଥ ପ୍ରଧାନମନ୍ତ୍ରୀ ନିଯୁକ୍ତ କରୁଥିଲେ। କିନ୍ତୁ, ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ । ପରେ ସଂସଦର ସଦସ୍ୟମାନେ ନାମ ସ୍ଥିର କରୁଥିଲେ।

ରାଣୀ ସର୍ବସାଧାରଣରେ କାହାକୁ ରାଜନୀତିକ ଭାବେ ସମର୍ଥନ କରିନ୍ତି ନାହିଁ। ବ୍ରିଟେନର ରାଣୀ କାହାକୁ ଭୋଟ୍ ଦିଅନ୍ତି ନାହିଁ। ବ୍ରିଟେନ ସରକାର ଯାହା ବି ଆଇନ କାନୁନ କରୁଥିଲେ ତାକୁ କେବଳ ଏଲିଜାବେଥ୍ ଅନୁମୋଦନ କରୁଥିଲେ। କିନ୍ତୁ ଆଇନ ତିଆରି କରିବାର କାର୍ୟ୍ୟ ସଂସଦ ଉପରେ ରହିଛି। ଏହା କେବଳ ଏକ ଆନୁଷ୍ଠାନିକ ଅନୁମୋଦନ ଥିଲା। ଯେମେତି ଭାରତରେ ରାଷ୍ଚ୍ରପତିଙ୍କ କ୍ଷମତା। ସରକାର ବାଛିବା ପରେ ଅଧିବେଶନ ଆରମ୍ଭ କରିବାର କାର୍ଯ୍ୟ ମଧ୍ୟ ରାଣୀଙ୍କ ହାତରେ ଥିଲା।

Leave A Reply

Your email address will not be published.