Latest Odisha News

ଘଡଘଡି ସହ ବର୍ଷା ଆଶଙ୍କା, ୫ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର କଟକ ସହର ସମେତ ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ଆକଳନ କରାଯାଇଛି ।

ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ ଓ ବୌଦ୍ଧ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି।

ଏହିସବୁ ଜିଲ୍ଲାବାସୀଙ୍କୁ ରାତି ୮ଟା ୩୦ମି. ପର୍ଯ୍ୟନ୍ତ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.