Latest Odisha News

ଅଭିନେତ୍ରୀ ପ୍ରିୟଙ୍କାଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଡ଼ିଜାଇନର ଇଶିତା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚହର ଚୌଧୁରୀ ଙ୍କ ବିରୋଧରେ ଚୋରି ଅଭିଯୋଗ । ପ୍ରିୟଙ୍କା ପୋଷାକ ଚୋରି କରିବା ସହ ଡ଼ିଜାଇନ୍ ଚୋରି କରିଥିବା ଅଭିଯୋଗ ହୋଇଛି । ଆଗକୁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହେବାକୁ ଯାଉଛି । ଏହି ଅଭିଯୋଗ କରିଛନ୍ତି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଡିଜାଇନର୍ ଇଶିତା ।

ଇଶିତା ଅଭିଯୋଗ କରିଛନ୍ତି ଯେ, କିଛି ସମୟ ପୂର୍ବରୁ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ପ୍ରିୟଙ୍କା ତାଙ୍କ ବ୍ରାଣ୍ଡେଡ୍ ପୋଷାକ ଏବଂ ତାଙ୍କ ଡ଼ିଜାଇନକୁ କପି କରିଛନ୍ତି । ଫଟୋରେ ପ୍ରିୟଙ୍କା ଏକ ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିଲେ । ଏହା ତାଙ୍କ ବ୍ରାଣ୍ଡର ପୋଷାକ, ଯାହାକୁ ସେ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରିଥିଲେ । ଡିଜାଇନର୍ ଇଶିତା ପ୍ରିୟଙ୍କାଙ୍କୁ ଟ୍ୱିଟ୍ କରି ଚୋରି କରିଥିବା ଅଭିଯୋଗ କରିଛନ୍ତି । ଇଶିତା ଆହୁରି କହିଛନ୍ତି ଯେ, ପ୍ରିୟଙ୍କା ମୋ ପରି ପୋଷାକ ପିନ୍ଧି ମୋ ଭଳି ଦେଖାଯିବାକୁ ଚେଷ୍ଟା କରୁଛନ୍ତିି । ସେ କେବେ ବି ମୋ ଭଳି ହୋଇପାରିବେ ନାହିଁ । ଏବେ ମୁଁ ବିଦେଶରେ ଅଛି । ଫେରିଲେ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାୟର କରିବି ବୋଲି ଇଶିତା ସ୍ପଷ୍ଟ କରିଛନ୍ତି ।

Comments are closed.