Latest Odisha News

BREAKING NEWS

ପ୍ରିୟଙ୍କା-ଅଙ୍କିତଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା : ମୁହଁ ଖୋଲିଲେ ପ୍ରିୟଙ୍କା, ଏପରି କିଛି କହିଲେ

ମୁମ୍ବାଇ: ଛୋଟ ପରଦାରେ ପ୍ରସାରିତ ‘ଉଡ଼ାରିୟା୍‌’ ଧାରାବାହିକର ହିଟ୍ ଦମ୍ପତି ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ବିଗ୍‌ବସ ସିଜିନ୍ ୧୬ରେ ପ୍ରତିଯୋଗୀ ସାଜିଥିଲେ ଏହି ଯୋଡ଼ି । ବିଗ୍‌ବସ ଘରେ ମଧ୍ୟ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିବା ନେଇ ଆଲୋଚନା ହେଉଥିଲା । ଆଉ ବିଗ୍‌ବସ ଘରୁ ବାହାରିବା ପରେ ଏହି ଚର୍ଚ୍ଚା ଜୋର ଧରିଲା । କାରଣ ଅଙ୍କିତ ଓ ପ୍ରିୟଙ୍କା ଅନେକ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଲେ ।

ଏନେଇ ଅଭିନେତ୍ରୀ ପ୍ରିୟଙ୍କା ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହି ସମ୍ପର୍କକୁ ସଂପୂର୍ଣ୍ଣ ମଧୁର ବନ୍ଧୁତା କୁହାଯିବ । ସତ କହିବାକୁ ଗଲେ ସେ ମୋର ଜଣେ ଭଲ ବନ୍ଧୁ । ଆମେ ଅନେକ ସମୟରେ ନିଜର ବ୍ୟକ୍ତିଗତ କିମ୍ବା ପ୍ରଫେସନାଲ କଥା ସେୟାର କରିଥାଉ । ସାଙ୍ଗ ଭାବରେ ଆମେ ଏକାଠି ବୁଲୁ, ଏକାଠି ଖାଉ ମଧ୍ୟ । ତାର ମାନେ ନୁହେଁ ଯେ, ଆମ ଭିତରେ ପ୍ରେମ ସମ୍ପର୍କ ରହିଛି । ଗୋଟେ ପୁଅ ସହ ଅନେକ କାର୍ଯ୍ୟକ୍ରମରେଏକାଠି ନଜର ଆସିବା ଅର୍ଥ ନୁହେଁ ପ୍ରେମ ସମ୍ପର୍କ ।
ମୁଁ ତାଙ୍କୁ ଜଣେ ଭଲ ବନ୍ଧୁ ଭାବରେ ପସନ୍ଦ କରେ ।

ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ଏବେ ଅଙ୍କିତ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ମୁଁ ମୋ କାମରେ ବ୍ୟସ୍ତ । ସମୟ ମିଳିଲେ ଆମେ ଦେଖାକରୁ ଏବଂ ଥଟ୍ଟାମଜା କରୁ । ସେଥିରେ ଆମେ ଦୁହେଁ ଖୁସି ହେଉ । ଆମେ ଡ଼େଟିଂ କରୁଥିବା କଥା ଯାହା ଶୁଣିବାକୁ ମିଳୁଛି,ସେଥିରେ କିଛି ସତ୍ୟତା ନାହିଁ ।

Leave A Reply

Your email address will not be published.