Latest Odisha News

BREAKING NEWS

ଗିଲଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଜରାଟ ନିକଟରୁ ୫୬ ରନରେ ହାରିଲା ଲକ୍ଷ୍ନୌ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ରବିବାର ଏକ ହାଇସ୍କୋରିଂ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୫୬ ରନରେ ଲକ୍ଷ୍ନୌ ସୁପର ଜ୍ୟାଟଂସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୨ ୱିକେଟ ବିନିମୟରେ ୨୨୭ ରନ ସଂଗ୍ରହ କରିଥିଲା । ରିଦ୍ଧିମାନ ଶାହା ୮୧ ଓ ଶୁଭମନ ଗିଲ ୯୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୨୫ ଓ ଡେଭିଡ ମିଲର ୨୧ ରନ କରିଥିଲେ । ଗିଲ ଓ ମିଲର ଅପରାଜିତ ରହିଥିଲେ ।

ମୋହିଶନ ଖାଁ ଓ ଆଭେଶ ଖାଁ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୨୨୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ବିନିମୟରେ ୧୭୧ ରନ କରିବାକୁ ସକ୍ଷମ ହୋଇଥିଲା । କାୟଲ ମିଲ୍ସ ୪୮, କ୍ୱିଟଂନ ଡି କକ ୭୦ ଓ ଆୟୁଶ ବଦାନୀ ୨୧ ରନର ଇନିଂସ ଖେଳିଥିଲେ । ମୋହିତ ଶର୍ମାଙ୍କ ଚମତ୍କାର ବୋଲିଂ ଯୋଗୁ ଲକ୍ଷ୍ନୌ ଟାର୍ଗେଟ ହାସଲ କରିବାରେ ବିଫଳ ହୋଇଥିଲା । ସେ ୪ଟି ୱିକେଟ ଅକ୍ତିଆର କରିଥିଲେ । ଗୁଜରାଟ ୧୧ ମ୍ୟାଚରେ ୧୬ ପଂଏଟ ହାସଲ କରି ପ୍ଲେ ଅଫର ନିକଟତର ହୋଇଛି । ଅପରପକ୍ଷରେ ଲକ୍ଷ୍ନୌ ୧୧ ମ୍ୟାଚରେ ୧୧ ପଂଏଟ ହାସଲ କରି ସଂଘର୍ଷ ଜାରୀ ରଖିଛି ।

Leave A Reply

Your email address will not be published.