Latest Odisha News

BREAKING NEWS

ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି ପ୍ରିୟଙ୍କାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ସିନେମା ପର୍ଯ୍ୟନ୍ତ ସୁନାମ ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଫିଲ୍ମ ହ୍ୱାଇଟ ଟାଇଗରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଫିଲ୍ମ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ମଧ୍ୟ ଦର୍ଶକଙ୍କ ଆଦୃତ ଲାଭ କରିଛି। ଏହି ସମୟରେ ତାଙ୍କ ଚଳଚ୍ଚିତ୍ର ଦି ହ୍ବାଇଟ୍‌ ଟାଇଗର ଏକ ବିଶେଷ ସଫଳତା ପାଇଛି।

ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ସମଗ୍ର ବିଶ୍ୱରେ ଏକ ନମ୍ବର ଚଳଚ୍ଚିତ୍ରର ସ୍ଥାନ ପାଇଛି। ଏହି ସୂଚନା ଅଭିନେତ୍ରୀ ନିଜେ ଦେଇଛନ୍ତି। ପ୍ରିୟଙ୍କା ଚୋପ୍ରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟର ନେଟଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା ଫିଲ୍ମର ଏକ ରାଙ୍କିଙ୍ଗ୍‌ ରିପୋର୍ଟ ସେୟାର କରିଛନ୍ତି। ଏହି ରିପୋର୍ଟରେ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ହ୍ୱାଇଟ ଟାଇଗର ପ୍ରଥମ ସ୍ଥାନରେ ଥିବାବେଳେ ହଲିଉଡ୍ ଫିଲ୍ମ ଆଉଟ୍‌ସାଇଡ୍‌ ଦ ୱାୟାର୍ ଦ୍ୱିତୀୟ ସ୍ଥାନରେ ରହିଛି।

ଏହି ରାଙ୍କିଙ୍ଗ୍‌ ରିପୋର୍ଟ ସେୟାର କରି ପ୍ରିୟଙ୍କା ଚୋପ୍ରା ଖୁସି ବ୍ୟକ୍ତ କରିଛନ୍ତି। ଦର୍ଶକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ରିପୋର୍ଟର ପୋଷ୍ଟରେ ଲେଖିଛନ୍ତି, ‘ହ୍ବାଇଟ୍‌ ଟାଇଗର ସାରା ବିଶ୍ୱରେ ନେଟଫ୍ଲିକ୍ସରେ ଏକ ନମ୍ବର ଚଳଚ୍ଚିତ୍ର ହୋଇଥିବାରୁ ମୁଁ ଉତ୍ସାହିତ !! ସମସ୍ତଙ୍କୁ ଏଥିପାଇଁ ବହୁତ ଧନ୍ୟବାଦ।

ସୋସିଆଲ ମିଡିଆରେ ପ୍ରିୟଙ୍କା ଚୋପ୍ରାଙ୍କ ଏହି ପୋଷ୍ଟ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ‘ହ୍ବାଇଟ୍‌ ଟାଇଗର’ ୨୨ ଜାନୁଆରୀରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା।

Leave A Reply

Your email address will not be published.