Latest Odisha News

BREAKING NEWS

କୃଷକଙ୍କ ପରେଡରେ ହୋଇଥିବା ହିଂସା ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଚାଲିଛି ସିସିଟିଭି ଯାଞ୍ଚ

ନୂଆଦିଲ୍ଲୀ : ପୁରା ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଗତକାଲି ହୋଇଥିବା ହିଂସା ଓ ଦଙ୍ଗା ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କରିବ । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଆଇଟି ଗଠନ କରିବାକୁ ପ୍ରସ୍ତୁତି କରୁଛି । ଏସଆଇଟି ଟିମ୍ ପୁରା ଘଟଣାର ତଦନ୍ତ କରିବ ।

ଘଟଣାର ଖିଅ ଖୋଜିବାକୁ ଉଦ୍ୟମ କରୁଛି ଦିଲ୍ଲୀ ପୋଲିସ । କିଭଳି ଚାଷୀ ଧାର୍ଯ୍ୟ ସମୟ ପୂର୍ବରୁ ପରେଡ ଆରମ୍ଭ କରିଥିଲେ । କିଏ ଉସୁକାଇବାରୁ ଚାଷୀ ଏଭଳି ଉଗ୍ର ରୂପ ଧାରଣ କଲେ ଏବଂ ଲାଲ କିଲ୍ଲାରେ ଚାଷୀଙ୍କ ବିରୋଧ ପ୍ରଦର୍ଶନ ନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ ।

ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଘଟଣାରେ ଏବେ ସୁଦ୍ଧା ୨୨ଟି ମାମଲା ରୁଜୁ କରାଯାଇଛି । ହିଂସାର ମୂଳ ଯାଏଁ ପହଞ୍ଚିବା ପାଇଁ ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ଜାନୁଆରୀ ୨୬ ତାରିଖରେ ରାଜଧାନୀ ଦିଲ୍ଲୀରେ ହିଂସା କିଏ ସୃଷ୍ଟି କରିଥିଲା ? ଏହାର ମୁଖ୍ୟ ଖଳନାୟକ କିଏ ? ଧୀରେ ଧୀରେ ପୋଲିସ ସେମାନଙ୍କୁ ଚିହ୍ନଟ କରିବାରେ ଲାଗିଛି । ଆନ୍ଦୋଳନକାରୀ ଚାଷୀ ନିଜେ ଏମାନଙ୍କୁ ଚିହ୍ନଟ କରୁଛନ୍ତି ।

 

 

Leave A Reply

Your email address will not be published.