Latest Odisha News

ଦିପାବଳୀ ପାଳନ କରିବାକୁ ପସନ୍ଦ କରନ୍ତି ନାହିଁ ପ୍ରିୟଙ୍କା

ମୁମ୍ବାଇ:ଆଗକୁ ଆସୁଛି ଆଲୋକର ପର୍ବ ଦିପାବଳୀ । ଏହି ଦିପାବଳୀଙ୍କୁ ପ୍ରତ୍ୟେକ ଲୋକ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । ସେହିପରି ସେଲିବ୍ରିଟିମାନେ ମଧ୍ୟ ଏହି ପର୍ବକୁ ଧୁମ୍‌ଧାମରେ ପାଳନ କରନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ଆଗଧାଡ଼ିର ଅଭିନେତ୍ରୀ ଦିପାବଳୀ ପାଳନ କରିବାକୁ ପସନ୍ଦ କରନ୍ତି ନାହିଁ । ସେ ଆଉ କେହି ନୁହନ୍ତି ବଲିଉଡ଼ ତଥା ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ କାହିଁକି ଦିପାବଳୀ ପାଳନ କରନ୍ତି ନାହିଁ ସେ ନେଇ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ବାପା ଅଶୋକ ଚୋପ୍ରାଙ୍କୁ ବହୁତ ଭଲ ପାଆନ୍ତି । ୨୦୧୩ରେ ପ୍ରିୟଙ୍କାଙ୍କ ବାପା ଅଶୋକଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା । ବାପାଙ୍କୁ ହରାଇବା ପରେ ପ୍ରିୟଙ୍କା ପୂରା ଭାଙ୍ଗି ପଡ଼ିଥିଲେ । ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା କହିିଛନ୍ତି ଯେ, ସେ ତାଙ୍କ ବାପାଙ୍କୁ ହରାଇବା ପରେ ସମ୍ପର୍କକୁ ସମ୍ମାନ କରିବା ଏବଂ ସମୟକୁ ଗୁରୁତ୍ୱ ଦେବା ଶିଖିଛନ୍ତି । ପିତାଙ୍କ ମୃତ୍ୟୁ ପରେ ଦିପାବଳୀ ପାଳନ କରନ୍ତି ନାହିଁ । କାରଣ ଦିପାବଳୀ ସମୟରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ବେଶୀ ଖରାପ ହୋଇଯାଇଥିଲା । ସେତେବେଳେ ଦିପାବଳୀ ପାଳନ କରି ନ ଥିଲେ । ବାସ୍ ବାପାଙ୍କ ମୃତ୍ୟୁ ପରେ ସେ ଆଉ ଦିପାବଳୀ ପାଳନ କରିବାକୁ ପସନ୍ଦ କରନ୍ତି ନାହିଁ । ତାପରେ ତାଙ୍କ ଜୀବନ ପୁରା ବଦଳି ଯାଇଛି ବୋଲି କହିଛନ୍ତି ପ୍ରିୟଙ୍କା ।

Comments are closed.