Latest Odisha News

BREAKING NEWS

୨ଟି ଫ୍ଲାଟ ବିକିଲେ ପ୍ରିୟଙ୍କା , ଜାଣନ୍ତୁ କିଣିଲେ କିଏ?

ମୁମ୍ବାଇ: ବଲିଉଡ଼ ଓ ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ମୁମ୍ବାଇର ପୋଶ୍ ଅଞ୍ଚଳରେ ଅନ୍ଧେରୀରେ ଥିବା ନିଜର ଦୁଇଟି ଫ୍ଲାଟ୍‌କୁ ବିକ୍ରି କରିଛନ୍ତି । ଏହା ୬ କୋଟି ଟଙ୍କାରେ ବିକ୍ରି ହୋଇଛି ।

ଅନ୍ଧେରୀରେ ଥିବା ଏକଫ୍ଲାଟ୍‌୍ ୮୬୦ ବର୍ଗଫୁଟ୍ ଅଞ୍ଚଳରେ ହୋଇଥିବା ବେଳେ ଏହାକୁ ୨.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି ପ୍ରିୟଙ୍କା । ସେହିପରି ଅନ୍ୟ ଫ୍ଲାଟଟି ୧,୪୩୨ ବର୍ଗଫୁଟ୍ ଅଞ୍ଚଳରେ ହୋଇଥିବା ବେଳେ ଏହାର ଦର ୩.୭୫ କୋଟି ଟଙ୍କା । ତେବେ ଏହାକୁ ଯିଏ କିଣିଛନ୍ତି ସେ ବି ଫିଲ୍ମ ଶିଳ୍ପ ସହ ଜଡ଼ିତ । ପ୍ରିୟଙ୍କାଙ୍କ ଉକ୍ତ ଦୁଇଟି ଫ୍ଲାଟ୍‌କୁ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅଭିଷେକ ଚୌବେ କିଣିଛନ୍ତି । ସେ ଦୁଇଟି ଫ୍ଲାଟ୍ ପାଇଁ ଷ୍ଟାମ୍ପ୍ ଡିଉଟ୍ ଭାବେ ୩୬ ଲକ୍ଷ ଟଙ୍କା ଦେଇଛନ୍ତି । ଏହି ଚୁକ୍ତି ଅକ୍ଟୋବର ମାସରେ ହୋଇଥିଲା ।

ଏହା ପୂର୍ବରୁ ବି ପ୍ରିୟଙ୍କା ରିୟଲ୍ ଇଷ୍ଟେଟ୍ ମାର୍କେଟରେ ଅନେକ ଚୁକ୍ତି କରି ସାରିଛନ୍ତି । ସେ ୨୦୨୧ ମସିହାରେ ୭ କୋଟି ଟଙ୍କାରେ ଅନ୍ଧେରୀର ରାଜ୍ କ୍ଲାସିକ୍‌ରେ ଏକ ଆବାସିକ ୟୁନିଟ୍ ବିକ୍ରି କରିଛନ୍ତି । ସେହିପରି ୨୦୨୧ ଜୁନ୍ ମାସରେ ସେ ଓସିବିରା ଅଞ୍ଚଳରେ ୨୦୪୦ ବର୍ଗଫୁଟ୍‌ର ଏକ ଅଫିସ୍ ପ୍ରପର୍ଟିକୁ ୨.୧୧ ଲକ୍ଷ ଟଙ୍କାରେ ଲିଜ୍‌ରେ ଦେଇଛନ୍ତି । କାମ ବିଷୟରେ କହିବା ତ ପ୍ରିୟଙ୍କା ଓ ଅଭିଷେକ ଫିଲ୍ମ ‘କମିନେ’ରେ ଏକାସାଥୀରେ କାମ କରି ସାରିଛନ୍ତି ।

Leave A Reply

Your email address will not be published.