Latest Odisha News

BREAKING NEWS

ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ମିଳେ ଜେଲ୍ ଦଣ୍ଡ

ପତ୍ନୀଙ୍କ ଜନ୍ମଦିନ ଭୂଲିଗଲେ ମିଳେ ଜେଲ ଦଣ୍ଡ । ଏଭଳି ଅପରାଧ ପାଇଁ ସ୍ୱାମୀଙ୍କୁ ପାଞ୍ଚ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାର ନିୟମ ବି ରହିଛି । ତେବେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ସାମୋଆ ଦେଶରେ ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା ହେଉଛି ବେଆଇନ ଏବଂ ଏକ ଅକ୍ଷମଣୀୟ ଅପରାଧ ।

ସାଧାରଣତଃ ପତ୍ନୀଙ୍କ ଜନ୍ମଦିନକୁ ବାରମ୍ବାର ଭୁଲିଯିବା କଥାକୁ ଅନେକ ସ୍ୱାମୀ ସ୍ୱୀକାର କରନ୍ତି । ଏଭଳି ସ୍ଥଳେ କ୍ଷମା ମାଗିବା ଶ୍ରେଷ୍ଠ ପନ୍ଥା ହୋଇଥାଏ । ମାତ୍ର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ସାମୋଆ ଦେଶରେ ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା ହେଉଛି ବେଆଇନ । ଏଭଳି ଅପରାଧ ପାଇଁ ସ୍ୱାମୀଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ଭୋଗିବାର ନିୟମ ରହିଛି । ଅବଶ୍ୟ ଜଣେ ସ୍ୱାମୀ ଯଦି ପ୍ରଥମ ଥର ପାଇଁ ତାଙ୍କ ପତ୍ନୀଙ୍କର ଜନ୍ମଦିନକୁ ଭୁଲିଯାଆନ୍ତି, ତେବେ ସେଥିପାଇଁ ସରକାରୀ ଭାବେ ତାଙ୍କୁ ସତର୍କ କରାଇ ଦିଆଯାଇଥାଏ । ମାତ୍ର ଦ୍ୱିତୀୟ ଥର ପାଇଁ ସେ ଭୁଲ୍‌ର ପୁନରାବୃତ୍ତି ଘଟିଲେ, ସଂପୃକ୍ତ ସ୍ୱାମୀଙ୍କୁ ଜରିମାନା ବା କାରାବାସ ଦଣ୍ଡାଦେଶ ହୋଇଥାଏ ।

ଉକ୍ତ ଦେଶରେ ପତ୍ନୀଙ୍କ ଜନ୍ମଦିନକୁ ମନେ ରଖିବାର ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ସେଥିପାଇଁ ସେଠାରେ ଏକ ସ୍ୱତନ୍ତ୍ର ତଦନ୍ତକରାରୀ ଦଳ ରହିଛନ୍ତି । ସେହି ଧାରା ଉଲ୍ଲଂଘନ ସୂଚନା ପୋଲିସ ପାଖରେ ପହଞ୍ଚିଲେ ଆଉ ଏକ ସ୍ୱତନ୍ତ୍ର ଦଳ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥାଏ । ଏହା ବ୍ୟତୀତ ଏହି ଆଇନ ବାବଦରେ ପତ୍ନୀମାନଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ସମୟରେ ସଚେତନତା ଶିବିରର ଆଯୋଜନ କରାଯାଇଥାଏ । ଏପରି ବିଚିତ୍ର ଆଇନ ପଛର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ସାମୋଆର ସାଂସ୍କୃତିକ ପରମ୍ପରାରେ ସମ୍ପ୍ରଦାୟ ଓ ପରିବାରକୁ ଖୁବ୍ ଗୁରୁତ୍ୱ ଦିଆଯାଉଥିବାରୁ ଏପରି ହୋଇଥିବା ଅନୁମାନ କରାଯାଏ ।

Leave A Reply

Your email address will not be published.