ମୁମ୍ବାଇ: ଆଲିଆ ଭଟ୍ଟ, ଦୀପିକା ପାଦୁକୋଣଙ୍କ ଭଳି ଅନେକ ଭାରତୀୟ ଅଭିନେତ୍ରୀ ଲୋକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ଯିଏକି କେବଳ ଭାରତରେ ନୁହେଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ପରିଚୟ ସୃଷ୍ଟି କରିଛନ୍ତି।
ତେବେ ବର୍ତ୍ତମାନ ଏହି ଗ୍ଲୋବାଲ ଷ୍ଟାରଙ୍କୁ ହାର୍ଭାର୍ଡରୁ ନିମନ୍ତ୍ରଣ ମିଳିଥିବା ନେଇ ରିପୋର୍ଟରୁ ଜଣାପଡିଛି। ପ୍ରିୟଙ୍କା ଉଭୟ ବଲିଉଡ ଏବଂ ହଲିଉଡରେ ମଧ୍ୟ କାମ କରିଛନ୍ତି। ଯୁକ୍ତରାଷ୍ଟ୍ରର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୨୩ତମ ଭାରତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଯାହାକି ଫେବୃଆରୀ ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ହେବ।
ବଲିଉଡରେ ଦୀର୍ଘ ସମୟ ଧରି ସଫଳତା ହାସଲ କରିବା ପରେ ପ୍ରିୟଙ୍କା ହଲିଉଡରେ ଅନେକ କାମ କରିଛନ୍ତି। ଏହା ଦ୍ବାରା ସେ ବିଶ୍ୱ ସ୍ତରରେ ଭାରତକୁ ଗର୍ବିତ ମଧ୍ୟ କରୁଛନ୍ତି। ସେ ନିର୍ଦ୍ଦେଶକ ଏସଏସ ରାଜମୌଲିଙ୍କ ଫିଲ୍ମ “ବାରାଣସୀ”ରେ ମହେଶ ବାବୁଙ୍କ ସହିତ ମଧ୍ୟ କାମ କରୁଛନ୍ତି। ଯାହା ୨୦୨୭ରେ ମୁକ୍ତିଲାଭ କରିବାକୁ ଯାଉଛି।
Comments are closed.