Latest Odisha News

BREAKING NEWS

ପ୍ରିୟଙ୍କା ଚୋପ୍ରାଙ୍କ ଜ୍ୟାକେଟରେ ମାଆ କାଳୀଙ୍କ ଫଟୋ !

ମୁମ୍ବାଇ: ନିକ ଜୋନ୍ସଙ୍କୁ ବିବାହ କରିବା ପରେ ବଲିଉଡର ସଫଳ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି । ଏଥିନେଇ ସେ ଉଭୟ ପ୍ରଶଂସା ଓ ସମାଲୋଚନା ସାଉଁଟି ଚାଲିଛନ୍ତି । ଏବେ ନ୍ୟୁୟର୍କରେ ନିକଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋରେ ପ୍ରିୟଙ୍କା ପିନ୍ଧିଥିବା ଜ୍ୟାକେଟରେ ପଛ ପଟେ ମାଆ କାଳୀଙ୍କ ଫଟୋ ରହିଛି । ବିଭିନ୍ନ ସୋସିଆଲ ସାଇଟରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା ନେଇ ଆମେ ମଧ୍ୟ ଅଜ୍ଞ ।

ଫଟୋରେ ଉଭୟ ହାତ ଧରା ଧରି ହୋଇ ଯାଉଛନ୍ତି । ପ୍ରିୟଙ୍କା ନାଲି ରଙ୍ଗର ଡ୍ରେସ ପିନ୍ଧିଛନ୍ତି । ଏହା ସହିତ ମ୍ୟାଚିଂ କରି ଫିସନେଟ ଷ୍ଟକିଙ୍ଗସ ଓ ମଲଟିକଲର୍ଡ ପମ୍ପସ ମଧ୍ୟ ପିନ୍ଧିଛନ୍ତି । ତେବେ ଏହି ଫଟୋ ପିଠି ପାଖରେ ଥିବା ମାଆ କାଳୀଙ୍କ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଫଟୋ ନେଇ ପ୍ରିୟଙ୍କାଙ୍କୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

Leave A Reply

Your email address will not be published.