Latest Odisha News

ବି-ଟାଉନକୁ ଫେରିବେ କି ପ୍ରିୟଙ୍କା? 

ମୁମ୍ବାଇ: ଅଭିନେତା ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଭାରତରେ। ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ସେ ଭାରତ ଆସିଥିଲେ।

ଏହି ଅଭିନେତାଙ୍କ ମୁମ୍ବାଇ ଗସ୍ତକୁ ନେଇ ଫ୍ୟାନ୍ସ ମାନେ କଳ୍ପନା ଜଳ୍ପନା କରୁଛନ୍ତି। ଏମିତିକି ପ୍ରିୟଙ୍କା କୁଆଡେ ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରିବାକୁ ସଜବାଜ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସୋମବାର ଦିନ ପ୍ରିୟଙ୍କା କୌଣସି କାମ ପାଇଁ ମୁମ୍ବାଇର ଫିଲ୍ମ ସିଟିକୁ ଯାଇଥିଲେ। ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁ ଭିଡିଓକୁ ସେ ନିଜ କାର ଭିତରୁ କ୍ୟାପଚର୍ କରିଥିଲେ। ଭିଡିଓରେ ଏକ କାର ମୁମ୍ବାଇର ଫିଲ୍ମ ସିଟି ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଆଉ ସେହି ଭିଡିଓରେ ସେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର’ର ଏକ ଗୀତ ‘ଘର ଆଜା ପରଦେଶୀ’ ଶୁଣିବାକୁ ମିଳୁଛି।

Comments are closed.