ମହୀଶୂର: କର୍ଣ୍ଣାଟକ ନିର୍ବାଚନ ପାଇଁ ବେଶ ତତ୍ପର କଂଗ୍ରେସ ଶିବିର । ଫୁଲ ଫର୍ମରେ ଚାଲିଛି ଜୋରଦାର ପ୍ରଚାର । ଅଣ୍ଟା ଭିଡିଛନ୍ତି ଭାଇଭଉଣୀ । ଆମେ ଏଠି ରାହୁଲ-ପ୍ରିୟଙ୍କାଙ୍କ କଥା କହୁଛୁ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ମୈଦାନରେ କଂଗ୍ରେସ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା । ଖାଲି ପ୍ରଚାର କରୁନାହାନ୍ତି, ଭୋଟରଙ୍କ ମନ ଜିତିବା ପାଇଁ ହୋଟେଲ କିଚେନରେ ଦୋଷା ବାନଉଛନ୍ତି ପ୍ରିୟଙ୍କା । ଏହାର ଭିଡିଓ ଏବେ ଭାଇରାଲ ହୋଇଛି ।
ଗତକାଲି ପ୍ରିୟଙ୍କା କଂଗ୍ରେସ ନେତା ଡିକେ ଶିବକୁମାର ଏବଂ ରଣଦୀପ ସିଂ ସୁର୍ଜେୱାଲାଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ । ସେହି ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ପ୍ରିୟଙ୍କା ଏକ ହୋଟେଲର କିଚେନରେ ସେଠିକା କର୍ମଚାରୀଙ୍କ ସହ ଆଲୋଚନା କରୁଛନ୍ତି ଏବଂ ଦୋଷା ତିଆରି କରୁଛନ୍ତି ।
ଏହି ରେଷ୍ଟୁରାଣ୍ଟର ନାଁ ମ୍ୟାଲ୍ରି ଏବଂ ଏହା ମହୀଶୂରର ଏକ ପୁରୁଣା ଦୋକନା । ପରେ ପ୍ରିୟଙ୍କା ହୋଟେଲ ମାଲିକଙ୍କୁ ଧନ୍ୟବାଦ ଦେବା ସହ ସେଲଫି ମଧ୍ୟ ନେଇଥିଲେ । ଏହି ଭିଡିଓ ପ୍ରିୟଙ୍କା ନିଜ ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି ।
ଏଥିରେ ପ୍ରିୟଙ୍କା ଲେଖିଛନ୍ତି, ଲୋକପ୍ରିୟ ମ୍ୟାଲ୍ରି ହୋଟେଲର ମାଲିକ ଏବଂ କର୍ମଚାରୀଙ୍କ ଗହଣରେ ଦୋଷା ରନ୍ଧାକୁ ବେଶ ଉପଭୋଗ କଲି । ସାଧୁତା, ପରିଶ୍ରମ ଏବଂ ଉଦ୍ୟମର ଏକ ସୁନ୍ଦର ଉଦାହରଣ ! ତୁମର ଏ ଆନ୍ତରିକ ଆଥିଥେୟତା ପାଇଁ ଧନ୍ୟବାଦ । ଦୋଷା ଏତେ ସୁସ୍ୱାଦୁ ହୋଇଥିଲା ଯେ, ମୋ ଝିଅକୁ ନେଇ ଖୁବଶୀଘ୍ର ମହୀଶୂର ଆସିବି ।
ସୂଚନାଥାଉ କି, ୨୨୪ କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ମେ’ ୧୦ରେ ନିର୍ବାଚନ ହେବ । ମେ’ ୧୩ରେ ଭୋଟ ଗଣତି ହେବ ।
Enjoyed making dosas with the legendary Myalri Hotel owners this morning….what a shining example of honest, hard work and enterprise.
Thank you for your gracious hospitality.
The dosas were delicious too…can’t wait to bring my daughter to Mysuru to try them. pic.twitter.com/S260BMEHY7— Priyanka Gandhi Vadra (@priyankagandhi) April 26, 2023
Comments are closed.