Latest Odisha News

BREAKING NEWS

ଆଖି ଆଗରେ ମୃତ୍ୟୁ ଦୂତକୁ ଦେଖି ବି ଲଢୁଥିଲେ ଯବାନ..ସାମ୍ନାକୁ ଆସିଲା ବିସ୍ଫୋରଣ ପରର ଭିଡିଓ

ଦନ୍ତେୱାଡା: ଛତିଶଗଡ ଦନ୍ତେୱାଡାରେ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଥିଲେ । ଏହି ବିସ୍ଫୋରଣ ପର ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ  ବିସ୍ଫୋରଣର ମାତ୍ର କିଛି ସମୟ ପରର ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଗୁଳି ଫୁଟିବାର ଶବ୍ଦ ବି ଶୁଭୁଛି

ଭିଡିଓରେ ଦେଖିବାକୁ ମିଳିଛି, ବିସ୍ଫୋରଣ ଠିକ ପରେ ପରେ  ପୋଲିସ ଡ୍ରେସରେ ଥିବା ଜଣେ ବ୍ୟକ୍ତି ପୋଜିସନ ସହ ଆସୁଚନ୍ତି ଏବଂ ବିସ୍ଫୋରଣ କରୁଥିବା ନକ୍ସଲଙ୍କୁ ପାଲଟା ଜବାବ ଦେଉଛନ୍ତି । ଏହି ଭିଡିଓକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଜଣେ ପୋଲିସ କର୍ମୀ ସୁଟ କରିଥିଲେ । ସେ ବିସ୍ଫୋରଣ ପରେ ଅନ୍ୟ ଏକ ଗାଡି ପଛରେ ଲୁଚି ଲୁଚି ନକ୍ସଲଙ୍କ ବୁକାବିଲା କରୁଥିଲେ । ଭିଡିଓରେ ଗୁଳିର ଆବାଜ ଶୁଣିବାକୁ ମିଳୁଥିଲା –‘ ଉଡିଗଲା..ପୁରା ଉଡିଗଲା.. ।’

ଯେଉଁ ଯବାନ ଜଣକ ଭିଡିଓ ସୁଟ କରୁଥିଲେ, ସେ ଜାତୀୟ ଗଣମାଧ୍ୟକୁ ସାକ୍ଷାତ ଦେଇ କହିଛନ୍ତି,  ନକ୍ସଲ ବିରୋଧୀ ଅଭିଯାନ ପାଇଁ ସମସ୍ତେ ମଙ୍ଗଳବାର ବାହାରିଥିଲେ । ବୁଧବାର ସାଢେଗୋଟେ ବେଳେ ଫେରୁଥିଲୁ । ୭ଟି ଗାଡିରେ  ଫେରୁଥିଲେ । ତୃତୀୟ ଗାଡ଼ିକୁ ସେମାନେ ଟାର୍ଗେଟ କରିଥିଲେ । ଏହି ଗାଡିରେ ହିଁ ଯବାନମାନେ ଥିଲେ । ଗାଡିରେ ଥିବା ସମସ୍ତ ଜବାନ ସହିଦ ହୋଇ ଯାଇଥିଲେ ।

ଏହି ପୋଲିସ କର୍ମୀଙ୍କ କହିବା ଅନୁଯାୟୀ, ସେ ଏବଂ ଅନ୍ୟ ୭ ଜଣ ଯବାନ ଏହି ୟୁଏସଭିର ଠିକ ପଛ ଗାଡିରେ ଆସୁଥିଲେ । ବିସ୍ଫୋରଣ ହେବା ସମୟରେ ତାଙ୍କ ଗାଡି ମାତ୍ର ୧୦୦ରୁ ୧୫୦ ମିଟର ଦୂରତାରେ ଥିଲା । ସମ୍ବେଦନଶୀଳ ଅଞ୍ଚଳରେ ପ୍ରତ୍ୟେକ ଗାଡି ମଧ୍ୟରେ ଏପରି ବ୍ୟବଧାନ ରଖାଯାଇଥାଏ ।

ବିସ୍ଫୋରଣ ପରେ ପୋଲିସ କର୍ମୀ ଯେତେବେଳେ ଫାୟାରିଂ କରିଥିଲେ ସେତେବେଳେ  ନକ୍ସଲ ତରଫରୁ ମଧ୍ୟ ୨ ରାଉଣ୍ଡ ଫାୟାରିଂ ହୋଇଥିଲା । ଅର୍ଥାତ ସେତେବେଳେ ନକ୍ସଲମାନେ ସେଠରେ ଜଗି ରହିଥିଲେ । ଏହା ପରେ ଫାୟାରିଂ ବନ୍ଦ ହୋଇଥିଲା ।

Leave A Reply

Your email address will not be published.