Latest Odisha News

BREAKING NEWS

ଜନ୍ତର ମନ୍ତରରେ ପହଞ୍ଚି ଧାରଣାରେ ବସିଥିବା ମହିଳା ରେସଲରଙ୍କୁ ସମର୍ଥନ ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିପକ୍ଷରେ ଚାଲିଥିବା ରେସଲରଙ୍କ ଧାରଣାକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିପାଇଁ ଆଜି ସକାଳୁ ସକାଳୁ ପ୍ରିୟଙ୍କା ଜନ୍ତରମନ୍ତରରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଧାରଣାରେ ବସିଥିବା ମହିଳା ରେସଲରଙ୍କ ସହ ଆଲୋଚନା କରିଥିଲେ ଏବଂ ଘଟଣା ସମ୍ପର୍କିତ ସମସ୍ତ ତଥ୍ୟ ଶୁଣିଥିଲେ । ମହିଳା ରେସଲର ବିଜେପି ସାଂସଦ ତଥା WFI ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଧାରଣାରେ ବସିଛନ୍ତି ।

ମହିଳା ରେସଲରଙ୍କ ଅଭିଯୋଗ ଯେ, ବ୍ରିଜଭୂଷଣ ସିଂହ ପଦର ଫାଇଦା ଉଠାଇବାର ଆଶଙ୍କା ରହିଛି । ତେଣୁ ତାଙ୍କ ବିରୋଧରେ ତୁରନ୍ତି ଶୁଣାଣି କରିବା ଉଚିତ ଏବଂ ତାଙ୍କୁ ଜେଲ ପଠାଇ ଦିଆଯିବା ଉଚିତ । ରେସଲରମାନେ କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନ ଦେଉଛୁ  । କିନ୍ତୁ ଧାରଣା ଜାରି ରହିବ । ତେବେ ସେମାନଙ୍କର ଦିଲ୍ଲୀ ପୋଲିସ ଉପରେ ବିଶ୍ୱାସ ନାହିଁ ବୋଲି କହିଛନ୍ତି ମହିଳା ରେସଲର ।

ରେସଲରଙ୍କୁ ସାକ୍ଷାତ କରିବା ପରେ  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କହିଛନ୍ତି, ଯଦି ଏହି ମାମଲାରେ ଦୁଇଟି ଏଫଆଇଆର ରୁଜୁ ହୋଇଛି ତେବେ ଏହାର କପି କାହିଁକି କାହାରିକୁ ଦିଆ ଯାଇ ନାହିଁ ? ଏଫଆଇଆରରେ କ’ଣ ଲେଖା ଯାଇଛି କାହାକୁ ଜଣାନାହିଁ । ଏଫଆଇଆର କପି ଦେଖାଅ ବୋଲି ପ୍ରିୟଙ୍କା ଦାବି କରିଥିଲେ । ବ୍ରିଜଭୂଷଣଙ୍କ ଉଦ୍ଦେଶ୍ୟରେ କହିଥିଲେ ଏହି ବ୍ୟକ୍ତିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି । ତାଙ୍କୁ ପଦବୀରୁ ହଟାଇ ଦେବା ଉଚିତ ।

ଅନ୍ୟପକ୍ଷେ ଦିଲ୍ଲୀ  କୁ୍ସ୍ତି ମହାସଂଘ ପ୍ରମୁଖ ବ୍ରିଜ ଭୂଷଣ ସମ୍ନାକୁ ଆସି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତେଣୁ ଅପରାଧୀ ହୋଇ ଇସ୍ତଫା ଦେବି ନାହିଁ । ମୋର କାହା ବିରୋଧରେ କୌଣସି ଅଭିଯୋଗ ନାହିଁ  । ସମସ୍ତ ପ୍ରକାର ଯାଞ୍ଚକୁ ସହଯୋଗ କରିବେ ବୋଲି କହିଛନ୍ତି ବ୍ରିଜଭୂଷଣ ।

ସୂଚନାଥାଉ କି, ମହିଳା ରେସଲରଙ୍କ ଧାରଣାକୁ ସମର୍ଥନ ଦେଇ ଗୁରୁବାର ହରିୟାଣା ଓ ପଶ୍ଚିମ ଉତରପ୍ରଦେଶର ଖାପ ପଂଚାୟତ   ଜନ୍ତରମନ୍ତରରେ ପଂହଚିଥିଲା । ସେମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଦାବି କରିଛନ୍ତି । ଇତି ମଧ୍ୟରେ ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ପିଟି ଉଷାଙ୍କ ବୟାନ ବି ସମ୍ମୁଖକୁ ଆସିଛି । ସେ କହିଛନ୍ତି ସଡକ ଉପରେ ରେସଲରଙ୍କ ଧାରଣା ଭାରତର ଛବିକୁ ଖରାପ କରୁଛି । ଏହା ସମ୍ପୂର୍ଣ୍ଣ ଭାବେ ବିଶୃଙ୍ଖଳିତ ଆଚରଣ ।

Leave A Reply

Your email address will not be published.