Latest Odisha News

ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ନିଜକୁ ଆଇସୋଲେଟ କରିଛନ୍ତି । ପ୍ରିୟଙ୍କାଙ୍କ ପରିବାରର ଜଣେ ସଦସ୍ୟ ଏବଂ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରିୟଙ୍କାଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ତେବେ କିଏ ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଆଇସୋଲେଶନରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଦେଶରେ ଓମିକ୍ରନ ଭ୍ୟାରିଆଂଟ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି ।

ଉତରପ୍ରଦେଶ ନିର୍ବାଚନକୁ ଆଖି ଆଗରେ ରଖାଯାଇ ପ୍ରିୟଙ୍କାଙ୍କୁ ଏଠାରେ ପ୍ରଭାରୀ ନିଯୁକ୍ତ କରାଯାଇଛି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ସେମାନଙ୍କ କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ପ୍ରିୟଙ୍କା ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.