Latest Odisha News

BREAKING NEWS

ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କୁ କରୋନା ମହାମାରୀ କବଳରୁ ସୁରକ୍ଷିତ ରଖିବା ପାଇଁ ଆଜିଠାରୁ ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର କିଶୋରଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ଏମ୍‌ସ ଭୁବନେଶ୍ବରରେ ପରିସରରେ ଆଜି ଆରମ୍ଭ ହୋଇଥିଲା ଟିକାକରଣ । ଟିକା ନେବାକୁ ୧୫-୧୮ ବର୍ଷ ବୟସ ବର୍ଗରେ ୧୫୦ ହିତାଧିକାରୀ ଅନ୍‌ଲାଇନରେ ପଞ୍ଜୀକରଣ କରିଥିବା ବେଳେ, ୧୫ ଜଣ ଅନ୍-ସ୍ପଟ୍ ପଞ୍ଜୀକରଣ କରିଥିଲେ ।

ପ୍ରଥମ ଦିନରେ ମୋଟ ୧୪୭ ଜଣ କିଶୋର/କିଶୋରୀ ହିତାଧିକାରୀ ଟିକା ନେଇଥିଲେ । ପ୍ରଥମ ଦିନରୁ ହିଁ ଟିକାକରଣକୁ ନେଇ ଯୁବଗୋଷ୍ଠୀ ଏବଂ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ସମସ୍ତ କିଶୋର/କିଶୋରୀ ହିତାଧିକାରୀଙ୍କୁ କୋଭାକ୍ସିନ୍‌ ଟିକା ଦିଆଯାଇଛି । ପିଲାଙ୍କୁ ଟିକା ପ୍ରଦାନ ପାଇଁ ଦୁଇଟି ଉତ୍ସର୍ଗୀକୃତ କାଉଣ୍ଟରର୍‌ ବ୍ୟବସ୍ଥା କରାଯାଇଥିଲା । ସେହିପରି ଟିକା ନେଉଥିବା ସମସ୍ତ କିଶୋର/କିଶୋରୀଙ୍କୁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ୩୦ ମିନିଟ୍ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା ।

ଏମ୍‌ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ସ୍ବୟମ୍‌ପ୍ରଜ୍ଞା ପରିଡ଼ାଙ୍କ ନେତୃତ୍ବରେ ଡାକ୍ତର, ନର୍ସିଂ କର୍ମଚାରୀ, ସୁରକ୍ଷା ଏବଂ ସାନିଟାରୀ କର୍ମଚାରୀଙ୍କୁ ନେଇ ଏକ ୧୭ ଜଣିଆ ଟିମ୍‌ ଗଠନ କରାଯାଇଛି । ଡାକ୍ତର ଜ୍ୟୋତ୍ସା ଏବଂ ଡାକ୍ତର ପାୟଲ ଏହି ଟିକାକରଣ ଅଭିଯାନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.