Latest Odisha News

BREAKING NEWS

ସରକାରୀ ବଙ୍ଗଳା ଖାଲି କଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଲ୍ୟୁଟିୟନ୍ସ ଜୋନରେ ଥିବା ବଙ୍ଗଳାକୁ ଖାଲି କରିଛନ୍ତି । ଏହାର ଚାବିକୁ କେନ୍ଦ୍ର ଲୋକ ନିର୍ମାଣ ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ପ୍ରିୟଙ୍କା । ତାପୂର୍ବରୁ ସେ ସମସ୍ତ ବକେୟା ବିଲ୍ ପୈଠ କରିଥିଲେ । ବଙ୍ଗଳା ଖାଲି କରିବା ପୂର୍ବରୁ ସିପିଡବ୍ଲ୍ୟୁଡିର ଅଧିକାରୀଙ୍କୁ ବୁଲି ଦେଖାଇଥିଲେ ପ୍ରିୟଙ୍ଗା ।

ବର୍ତ୍ତମାନ କିଛି ଦିନ ପ୍ରିୟଙ୍କା ଗାନ୍ଧି ଗୁରୁଗ୍ରାମରେ ରହିବେ । ପରେ ସେଣ୍ଟ୍ରାଲ୍ ଦିଲ୍ଲୀର ଏକ ବଙ୍ଗଳାରେ ରହିବେ । ପ୍ରିୟଙ୍କାଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର ହେବା ପରେ ଲୋଧି ରୋଡ୍ ବଙ୍ଗଳା ଖାଲି କରିବା ପାଇଁ ନୋଟିସ୍ ଜାରି ହୋଇଥିଲା ।

ଜୁଲାଇ ୧ ତାରିଖରେ ମାସେ ଭିତରେ ବଙ୍ଗଳା ଖାଲି କରିବା ପାଇଁ ନୋଟିସ୍ ହୋଇଥିଲା । ପ୍ରିୟଙ୍ଗା ରହୁଥିବା ବଙ୍ଗଳାକୁ ବିଜେପି ସାଂସଦ ତଥା ଦଳ ମୁଖପାତ୍ର ଅନୀଲ ବଲୁନୀଙ୍କ ନାଁରେ ଆଲର୍ଟ ହୋଇଛି ।

Leave A Reply

Your email address will not be published.