Latest Odisha News

BREAKING NEWS

ଅଗଷ୍ଟ ୧ରୁ ବରଗଡ଼ ଜିଲ୍ଲା ତିନି ଦିନ ସଟଡାଉନ୍

ବରଗଡ଼: ଆସନ୍ତା ଅଗଷ୍ଟ ୧ ତାରିଖରୁ ସଟଡାଉନ୍ ରହିବ ବରଗଡ଼ ଜିଲ୍ଲା । ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୩ ତାରିଖ ଯାଏଁ ସଟଡାଉନ୍ ବଳବତ୍ତର ରହିବ । ସଟଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ ।

ଜିଲ୍ଲା-ଜିଲ୍ଲା ଭିତରେ ସରକାରୀ ଓ ଘରୋଇ ପରିବହନ ଉପରେ ଲାଗୁ ହେବ କଟକଣା । ବନ୍ଦ ରହିବ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ । ସରକାରୀ ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ । ହସ୍ପିଟାଲ, କ୍ଲିନିକ୍ ଓ ମେଡିସିନ ଦୋକାନ ଖୋଲା ରହିବ ।

ଜରୁରିକାଳୀନ ସେବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ବାଦ ଦିଆଯିବ । ଜାରି ରହିବ ଟେଲିକମ୍, ପୋଷ୍ଟାଲ ସେବା । ସଟଡାଉନ୍ ବେଳେ ଘରେ ରହିବାକୁ ଲୋକଙ୍କୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ବଢୁଥିବାରୁ ସଟଡାଉନ୍ ଘୋଷଣା ହୋଇଛି ।

ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ୪୦୪ଟି କରୋନା ପଜିଟିଭ୍ କେସ୍ ରହିଛି । ସୁସ୍ଥ ହୋଇଛନ୍ତି ୩୩୪ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୬୭ । ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.