Latest Odisha News

BREAKING NEWS

ପାଲେଷ୍ଟାଇନ ପରେ ପ୍ରିୟଙ୍କାଙ୍କ ହାତରେ ‘ବାଂଲାଦେଶ’ ଲେଖାଥିବା ବ୍ୟାଗ

ନୂଆଦିଲ୍ଲୀ: ୱାୟନାଡ ଲୋକସଭା ସାଂସଦ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ସଂସଦରେ ଏକ ବ୍ୟାଗ ଧରି ପହଞ୍ଚିଥିଲେ। ଯେଉଁଥିରେ ଲେଖାଥିଲା ବାଂଲାଦେଶରେ ଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନେ ଏକାଠି ହୋଇ ରହିବା କଥା। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ପାଲେଷ୍ଟାଇନର ସମର୍ଥନରେ ମଧ୍ଯ ସେ ଏକ ବ୍ୟାଗ ଧରିଥିଲେ। ଯେଉଁଥିରେ ପାଲେଷ୍ଟାଇନକୁ ମୁକ୍ତ କରିବା କଥା ଲେଖାଥିଲା। ଏହାକୁ ନେଇ ବିବାଦ ମଧ୍ଯ ସୃଷ୍ଟି ହୋଇଥିଲା।

କଂଗ୍ରେସ ସାଂସଦମାନେ ଆଜି ହ୍ୟାଣ୍ଡବ୍ୟାଗ ଧରି ସଂସଦ ପରିସରରେ ବିରୋଧ କରି ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନରେ ସ୍ଲୋଗାନ ଲଗାଇଥିଲେ। ସେମାନେ ସ୍ଲୋଗାନରେ ବାଂଲାଦେଶରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ତେବେ ଯେଉଁମାନେ ଏସବୁ ଉପରେ ପ୍ରଶ୍ନ ଉଠାଇଥିଲେ ସେମାନଙ୍କୁ ପ୍ରିୟଙ୍କା ଜବାବ ଦେଇ କହିଛନ୍ତି ଯେ- ମୁଁ କଣ ପୋଷାକ ପିନ୍ଧିବି ତାହା ଅନ୍ୟ କେହି ସ୍ଥିର କରିପାରିବେ ନାହିଁ। ବର୍ଷ ବର୍ଷ ଧରି ଚାଲିଆସୁଥିବା ରୁଢିବାଦୀ ନିୟମକୁ ମୁଁ ବିଶ୍ୱାସ କରେ ନାହିଁ। ମୁଁ ଯାହା ଚାହିଁବି ତାହା ପିନ୍ଧିପାରିବି।

ସୋମବାର ଲୋକସଭାର ଶୂନ୍ୟକାଳ ସମୟରେ ଭାଷଣ ଦେଇ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ “ସରକାର ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ପ୍ରସଙ୍ଗରେ ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରିବା ସହ ପୀଡିତ ମାନଙ୍କୁ ସହାୟତା କରିବା ଉଚିତ।”

ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଶଂସା କରି ପାକିସ୍ତାନ ସରକାରର ପୂର୍ବତନ ମନ୍ତ୍ରୀ ଫୱାଦ ହାସନ ଚୌଧୁରୀ କହିଛନ୍ତି ଯେ  ପାଲେଷ୍ଟାଇନକୁ ସମର୍ଥନ କରିବାକୁ ଆମର ସାଂସଦ ମାନଙ୍କ ପାଖରେ ମଧ୍ୟ ଏତେ ସାହସ ନାହିଁ।

 

Leave A Reply

Your email address will not be published.