ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କର ଆଗାମୀ ଗ୍ଲୋବାଲ ସ୍ପାଇ ସିରିଜ ସିଟିଡେଲର ପ୍ରମୋଶନ ପାଇଁ ଭାରତ ଆସିଛନ୍ତି । ଗୁରୁବାର ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଜନ ଶୀନା ଓ ଆକ୍ସନ ହୀରୋ ଇଦ୍ରିସ ଏଲବାଙ୍କ ସହ ପ୍ରିୟଙ୍କା ହେଡ୍ସ ଅଫ ଷ୍ଟେଟରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଆକ୍ସନ ପ୍ୟାକଡ ଫିଲ୍ମ ପାଇ ଦେଶୀ ଗର୍ଲ ବେଶ ଖୁସି ଅଛନ୍ତି । ଇଲ୍ୟା ନ୍ୟାଶୁଲାର ଏହାର ନିର୍ଦ୍ଦେଶନା ଦେବେ । ପ୍ରାଇମ ଭିଡିଓରେ ୨୮ ଏପ୍ରିଲରେ ସିଟିଡେଲର ଷ୍ଟ୍ରିମିଂ ହେବ । ଏହାର କିଛି ଦିନ ପରେ ହେଡ୍ସ ଅଫ ଷ୍ଟେଟର ଶୁଟିଂ ଆରମ୍ଭ ହେବ ।
ପ୍ରିୟଙ୍କାଙ୍କ ପାଖରେ ଏବେ ୭୦ରୁ ଅଧିକ ଆନ୍ତର୍ଜାତୀୟ ଓ ହଲିଉଡ ଫିଲ୍ମର ଅଫର ରହିଛି । ସିଟିଡେଲ ପରେ ଲଭ ଏଗେନରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିବ । ବଲିଉଡ ରାଜନୀତିରୁ ଖସି ଆସି ପ୍ରିୟଙ୍କା କଠିନ ପରିଶ୍ରମ କରି ହଲିଉଡରେ ନିଜ ସ୍ଥିତି ଜାହିର କରି ପାରିଛନ୍ତି । ସେ ଏବେ ଜଗି ରଖି ଭଲ ଫିଲ୍ମ ସାଇନ କରୁଛନ୍ତି । ଏଥିରେ ତାଙ୍କ ପତି ନିକ ଜୋନ୍ସ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି ।
Comments are closed.