ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତ ପାଇଁ ପଦକ ଜିତିଛନ୍ତି ମହିଳା ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ । ସେ ୧୦ ହଜାର ମିଟର ରେସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ପ୍ରିୟଙ୍କା ୪୩.୩୮ ମିନିଟରେ ତାଙ୍କ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ୪୨.୩୪ ମିନିଟ ସମୟ ସହ ଅଷ୍ଟ୍ରେଲିଆର ଜେମିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି କେନିୟାର ଏମଲି ୪୩:୫୦.୮୬ ସେକେଣ୍ଡ ସମୟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଶନିବାର ଭାରତର ଦୁଇ ରେସଲର ଭିନେଶ ଫୋଗଟ ଓ ପୂଜା ସେହାଗ ସେମାନଙ୍କ ବିଭାଗର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ସେହିପରି ମହିଳା ହକିରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ପେନାଲ୍ଟି ଶୁଟଆଉଟରେ ହାରି ଯାଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଦଳ ମୁକାବିଲା କରିବ ।
BREAKING NEWS
- Court Summons Rahul Gandhi: ଅମିତ ଶାହଙ୍କୁ ହତ୍ୟାକାରୀ କହିବା ପ୍ରସଙ୍ଗ, ୧୯ରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ସମନ କଲେ କୋର୍ଟ…
- Steve Smith: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ଙ୍କ ବିସ୍ଫୋରକ ପ୍ରଦର୍ଶନ! ଭାଙ୍ଗିଲେ ୯୬ ବର୍ଷର ପୁରୁଣା ଆଶେସ୍ ରେକର୍ଡ
- Venezuela Security Officers: ଭେନେଜୁଏଲାର ୨୪ ସୁରକ୍ଷା ଅଧିକାରୀ ନିହତ!
- US To Buy Venezuela Oil: ଟ୍ରମ୍ପଙ୍କ ବଡ଼ ଘୋଷଣା: ଭେନେଜୁଏଲାର ତେଲ କିଣିବ ଆମେରିକା
- Odisha Cold Wave: ରାଜଧାନୀରେ ହାଡ଼ ଭଙ୍ଗା ଜାଡ଼, ସବୁଠି ପାରଦ ତଳମୁହାଁ
- Bulldozer Action: ମଧ୍ୟରାତ୍ରିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ପଥର ମାଡରେ ୫ ପୋଲିସ କର୍ମଚାରୀ ଆହତ
- Flights Cancelled: କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
Comments are closed.