Latest Odisha News

BREAKING NEWS

ପ୍ରିୟଙ୍କା କାହିଁକି କହିଲେ ମୋତେ ଅପମାନିତ କଲେ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ମନଇଚ୍ଛା ପୋଷ୍ଟ ପ୍ରାୟତଃ କରନ୍ତି ନାହିଁ । ସେ ସର୍ବଦା ନିଜର କିମ୍ବା ନିକ ଜୋନ୍ସ ଓ ଝିଅର ଫଟୋ ଶେୟାର କରିଥାନ୍ତି । ଏବେ ସୋସିଆଲ ମିଡିଆରେ ପ୍ରିୟଙ୍କା ଏକ ପୋଷ୍ଟରେ ଲେଖିଛନ୍ତି ମୋତେ ଯଦି କିଏ ଅପମାନିତ କରିବ…ତେବେ ତାହାର ଅବସ୍ଥା କଣ ହେବ । ତାଙ୍କର ପୋଷ୍ଟକୁ ପ୍ରଶଂସକମାନେ ବୁଝି ନ ପାରିବା ଯୋଗୁ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ପ୍ରିୟଙ୍କା ଏହା ପରେ ଲେଖିଛନ୍ତି ମୁଁ ଏକ ଜାଣିବା ଶୁଣିବା ମହିଳା, ମୋତେ ଅପମାନିତ କରିବା ଭୁଲ କରନ୍ତୁ ନାହିଁ । ଆପଣମାନେ ବୁଝି ରଖିବା ଉଚିତ କଣ ପାଇଁ ମୋର ମାତ୍ର ୩ଜଣ ବନ୍ଧୁ ରହିଛନ୍ତି ।

ଏହା ପୂର୍ବରୁ ରେଖାଙ୍କ ଏକ ଫଟୋକୁ ନେଇ ମଧ୍ୟ ପ୍ରିୟଙ୍କା ଅଜବ ପୋଷ୍ଟ କରିଥିଲେ । ସେଥିରେ ସେ ଲେଖିଥିଲେ ବେଟର ଏ ୱିଚ ଦେନ ବେଚାରୀ । ଏହା ବେଶ ଚର୍ଚ୍ଚିତ ହୋଇଥିଲା । ତେବେ ସେ କାହାକୁ ଟାର୍ଗେଟ କରିଥିଲେ ତାହା ବୁଝା ପଡି ନ ଥିଲା । ପ୍ରିୟଙ୍କା ଏବେ ଏସଏସ ରାଜମୌଲୀଙ୍କ ଆଗାମୀ ଫିଲ୍ମ ଏସଏସଏମବି-୨୯ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ସହ ପୃଥ୍ୱୀରାଜ ସୁକୁମାରନ ଓ ମହେଶ ବାବୁ ଅଭିନୟ କରିବେ । ବଲିଉଡରେ ଅନେକ ବିବାଦ ସୃଷ୍ଟି ହେବାରୁ ପ୍ରିୟଙ୍କା ଭାରତ ଛାଡି ପଳାଇ ଯାଇଥିଲେ । ପରେ ସେ ନିକ ଜୋନ୍ସଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ।

Comments are closed.