ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମମେକର୍ସ ଏସଏସ ରାଜମୌଲୀ ତାଙ୍କ ଆଗାମୀ ବିଗ ବଜେଟ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାହୂବଳୀ ଓ ଆରଆରଆର ପରେ ଏବେ ତାଙ୍କ ଫିଲ୍ମ ଉପରେ ଆନ୍ତର୍ଜାତୀୟ ଦର୍ଶକଙ୍କ ନଜର ମଧ୍ୟ ରହିଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ମହେଶ ବାବୁ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ପୂର୍ବତନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏଥିରେ ଅଭିନୟ କରିବେ ବୋଲି ଜଣାପଡିଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ପ୍ରାୟ ୬ ବର୍ଷ ପରେ ପ୍ରିୟଙ୍କା ହିନ୍ଦୀ ଫିଲ୍ମରେ ଅଭିନୟ କରିବେ । ରାଜମୌଲୀଙ୍କ ଏହି ଫିଲ୍ମର ନାମ ଦିଆଯାଇ ନ ଥିବାରୁ ଏହା ଏସଏସଏମଏ୨୯ ରଖାଯାଇଛି ।
ଫିଲ୍ମର ବଜେଟ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି । ଆଫ୍ରିକାନ ଜଙ୍ଗଲ ଆଡଭେନଚର୍ସ ଉପରେ ଏହି ଫିଲ୍ମ ଆଧାରିତ । ମହେଶ ବାବୁଙ୍କ ଭୂମିକା କିଛି ମାତ୍ରରେ ଭଗବାନ ହନୁମାନଙ୍କ ସହ ମେଳ ଖାଉଥିବା ଉଲ୍ଲେଖ ରହିଛି । ଏପ୍ରିଲ ୨୦୨୫ରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ଫିଲ୍ମର ସ୍କ୍ରିପ୍ଟ କାର୍ଯ୍ୟ ଶେଷ ହେବା ପରେ କଳାକାରଙ୍କ ନାମ ଚୂଡାନ୍ତ କରାଯିବ । ୨୦୨୬ ଶେଷ ସୁଦ୍ଧା ଫିଲ୍ମର କାର୍ଯ୍ୟ ଶେଷ ହେବ ଏବଂ ଏହା ୨୦୨୭ରେ ରିଲିଜ ହେବ ବୋଲି ଅନୁମାନ କରାଯାଉଛି । ଭାରତ ଓ ଆଫ୍ରିକାରେ ଏହାର ଶୁଟିଂ ହେବ ।
Comments are closed.