Latest Odisha News

ଦିନିକିଆ ବିଶ୍ୱକପ କ୍ରିକେଟ: ଏଥର ଚାମ୍ପିୟନ ଟିମକୁ ମିଳିବ ୩୩ କୋଟି ଟଙ୍କାର ପୁରସ୍କାର ରାଶି

ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏହାର ପୁରସ୍କାର ରାଶି ଘୋଷଣା କରିଛି । ଏଥର ଓଭରାଲ ୮୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଚାମ୍ପିୟନ ଟିମକୁ ୩୩ ଓ ରନର୍ସଅପ ଦଳକୁ ୧୭ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ବ୍ୟତୀତ ଭିନ୍ନ ଭିନ୍ନ ରାଉଣ୍ଡ ପାଇଁ ମଧ୍ୟ ପୁରସ୍କାର ରାଶି ରଖାଯାଇଛି । ସେମିଫାଇନାଲରେ ପରାଜିତ ହୋଇଥିବା ଟିମକୁ ୬ କୋଟି ଓ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିବା ଦଳକୁ ୮୨ ଲକ୍ଷ ଟଙ୍କା ମିଳିବ । ପ୍ରତ୍ୟେକ ମ୍ୟାଚ ବିଜେତାଙ୍କୁ ୩୩.୧୭ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଗତ ସଂସ୍କରଣ ତୁଳନାରେ ଏଥର ପୁରସ୍କାର ରାଶି ବୃଦ୍ଧି କରାଯାଇ ନାହିଁ । ଚାମ୍ପିୟନ ଇଂଲଣ୍ଡକୁ ୩୩ କୋଟି ଟଙ୍କା ମିଳିଥିଲା । ସେହିପରି ଟି୨୦ ବିଶ୍ୱକପ ବିଜେତା ଟିମକୁ ୧୩ କୋଟି ଟଙ୍କା ପୁରସ୍କାର ରାଶି ବାବଦରେ ପ୍ରଦାନ କରାଯାଇଥିଲା ।

ଘରୋଇ ପରିବେଶରେ ଏଥର ବିଶ୍ୱକପ ଆୟୋଜନ ହେଉଥିବାରୁ ଭାରତ ଟାଇଟଲ ହାସଲ କରିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଅକ୍ଟୋବର ୮ରେ ଭାରତ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ହାଇ ଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ ଅହମ୍ମଦାବାଦାରେ ୧୪ ଅକ୍ଟୋବରରେ ଖେଳାଯିବ ।

Leave A Reply

Your email address will not be published.