Latest Odisha News

BREAKING NEWS

ପୋଖରୀରେ ବୁଡ଼ି ଚାଲିଗଲା ବାପା-ଝିଅଙ୍କ ଜୀବନ

ଢେଙ୍କାନାଳ: ଗନ୍ଦିଆ ଥାନା ବାଇଁଶିଆ ପଞ୍ଚାୟତ ଖଙ୍କରା ଗାଁରେ ଅଘଟଣ। ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ବାପା-ଝିଅ। ଉଭୟଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତି ମହେଶ୍ୱର ନାୟକଙ୍କୁ ୪୮ ବର୍ଷ ହୋଇଥିବା ବେଳେ ତାଙ୍କ ଝିଅ ମନ୍ଦାକିନି ନାୟକଙ୍କ ବୟସ ୮ ବର୍ଷ।

ସୂଚନା ଅନୁସାରେ ଉଭୟ ବାପା ଏବଂ ଝିଅ ଗାଁରେ ଥିବା ପୋଖରୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପ୍ରଥମେ ଝିଅର ଗୋଡ଼ ଖସି ଯାଇ ଗଭୀର ଜଳରେ ଝିଅ ବୁଡ଼ି ଯାଇଥିଲା। ଝିଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ବାପା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଖବର ପାଇ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲେ। କିନ୍ତୁ ସଫଳ ହୋଇନପାରି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାପା-ଝିଅଙ୍କୁ ଉଦ୍ଧାର କରି ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.