ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୧ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ପ୍ରୋ-ହକି ଲିଗ୍ ମ୍ୟାଚ । ଭାରତୀୟ ହକି ଦଳ ସମସ୍ତ ଘରୋଇ ଲିଗ୍ ମ୍ୟାଚ ଗୁଡ଼ିକ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ହିଁ ଖେଳିବ ।
ବିଶ୍ୱ ହକି ସଂଘ ପକ୍ଷରୁ ସୋମବାର ଦିନ ଆନୁଷ୍ଠାନିକ ଭାବେ ଖେଳାଯିବାକୁ ଥିବା ସମସ୍ତ ଷ୍ଟାଡ଼ିୟମର ନାମ ଘୋଷିତ ହୋଇଛି । ଭାରତୀୟ ହକି ଦଳ କେବଳ ହଲାଣ୍ଡ ସହିତ ନୁହେଁ ବରଂ ବେଲଜିୟମ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସହିତ ନିଜର ସମସ୍ତ ଘରୋଇ ମ୍ୟାଚ ଗୁଡ଼ିକ କଳିଙ୍ଗ ଷ୍ଟାଡ଼ିୟମରେ ହିଁ ଖେଳିବାକୁ ଯାଉଛି ।
ଆସନ୍ତା ଜାନୁଆରୀ ୧୧ରୁ ଜୁନ ୨୮ ତାରିଖ ମଧ୍ୟରେ ପ୍ରୋ- ହକି ଦ୍ୱିତୀୟ ସଂସ୍କରଣର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବାବେଳେ ଭାରତ ତା’ର ସମସ୍ତ ଘରୋଇ ମ୍ୟାଚ ଗୁଡ଼ିକ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ଖେଳିବ । ପ୍ରୋ-ହକିର ୨୦୨୦ ସିଜିନରେ ସର୍ବମୋଟ ୧୪୪ଟି ମ୍ୟାଚ ଅନୁଷ୍ଠିତ ହେବ । ଏହି ସମସ୍ତ ମ୍ୟାଚ ଗୁଡ଼ିକ ହଲାଣ୍ଡ, ବେଲଜିୟମ, ଆମେରିକା, ଭାରତ, ସ୍ପେନ, ନ୍ୟୁଜିଲାଣ୍ଡ, ଗ୍ରେଟ ବ୍ରିଟେନ, ଜର୍ମାନୀ, ଚୀନ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଭାରତରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ ଲାଗି ଷ୍ଟାଡ଼ିୟମର ନାମ ମଧ୍ୟ ଘୋଷିତ ହୋଇଛି ।
କଳିଙ୍ଗ ଷ୍ଟାଡ଼ିୟମରେ ଭାରତ ଖେଳିବାକୁ ଥବା ମ୍ୟାଚ:
ତାରିଖ ମ୍ୟାଚ ସମୟ
ଜାନୁଆରୀ – ୧୮ ଭାରତ ବନାମ ହଲାଣ୍ଡ ରାତି – ୭ଟା
ଜାନୁଆରୀ – ୧୯ ଭାରତ ବନାମ ହଲାଣ୍ଡ ସନ୍ଧ୍ୟା – ୫ଟା
ଫେବୃଆରୀ ୮ ଭାରତ ବନାମ ବେଲଜିୟମ ସନ୍ଧ୍ୟା – ୫ଟା
ଫେବୃଆରୀ – ୯ ଭାରତ ବନାମ ବେଲଜିୟମ ସନ୍ଧ୍ୟା – ୫ଟା
ଫେବୃଆରୀ – ୨୧ ଭାରତ ବନାମ ଅଷ୍ଟ୍ରେଲିଆ ରାତି – ୭ଟା
ଫେବୃଆରୀ – ୨୨ ଭାରତ ବନାମ ଅଷ୍ଟ୍ରେଲିଆ ରାତି – ୭ଟା
ମେ – ୨୩ ଭାରତ ବନାମ ନ୍ୟୁଜିଲାଣ୍ଡ ରାତି – ୭ଟା
ମେ – ୨୪ ଭାରତ ବନାମ ନ୍ୟୁଜିଲାଣ୍ଡ ରାତି – ୭ଟା
Comments are closed.