ରାଉରକେଲା: ଚଳିତ ହକି ପ୍ରୋ ଲିଗ୍ରେ ବେଲଜିୟମର ବିଜୟଧାରା ଜାରି । ଶୁକ୍ରବାର ଦ୍ବିତୀୟ ଥର ଆର୍ଜେଣ୍ଟିନାକୁ ମାତ୍ ଦେଇଛି ବେଲଜିୟମ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ( Birsa Munda Hockey Stadium)ରେ ଆର୍ଜେଣ୍ଟିନା ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚରେ ୫-୨ ଗୋଲରେ ବିଜୟ ହାସଲ କରିଛି ବେଲଜିୟମ । ଶୁକ୍ରବାର ଆର୍ଥର ଡି ସ୍ଲୋଭର ବେଲଜିୟମ ପାଇଁ ୨୦୦ତମ ମ୍ୟାଚ ଖେଳିଥିଲେ ।
ବେଲ୍ଜିୟମ ପକ୍ଷରୁ ଆକେଜାଣ୍ଡର ହେଣ୍ଡ୍ରିକ୍ସ ଦୁଇଟି ଗୋଲ୍ (୪୯ ଓ ୫୪ ମିନିଟ୍) ଦେଇଥିବାବେଳେ ଆର୍ଥର୍ ଡି ସ୍ଲୋଭର୍ (୩୬ ମିନିଟ୍), ଟୋବିଆସ୍ ବିକେନ୍ସ (୩୯ ମିନିଟ୍) ଓ ରୋମାନ ଡ୍ୟୁଭ୍କୋଟ (୫୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିପରି ଆର୍ଜେଣ୍ଟିନା ପାଇଁ ଟୋମାସ ଡୋମିନି (୧୯) ଓ ମାତିଆସ ରେ (୪୫) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଥିଲେ ଆର୍ଥର୍ ଡି ସ୍ଲୋଭର୍ ।