Latest Odisha News

BREAKING NEWS

କେନ୍ଦ୍ରାପଡା ଡଙ୍ଗା ବୁଡି ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ଏକ ଦେଶୀ ଡ଼ଙ୍ଗା ବୁଡ଼ି ଘଟଣାର ତଦନ୍ତ ପାଇଁ ଗୁରୁବାର ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ବନ୍ଦର ଓ ଅନ୍ତର୍ଦେଶୀୟ ଜଳ ପରିବହନ ନିର୍ଦ୍ଦେଶକ ଏବଂ କାର୍ଯ୍ୟକାରୀ ଇଞ୍ଜିନିୟର ଘଟଣାସ୍ଥଳକୁ ପରିଦର୍ଶନରେ ଯାଇଛନ୍ତି” । ଏଥିସହିତ ଘଟଣାସ୍ଥଳରେ ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

ଶ୍ରୀଯୁକ୍ତ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟିମ୍ ଦୁର୍ଘଟଣା ସମ୍ପର୍କରେ ଏକ ଯାଞ୍ଚ ଆରମ୍ଭ କରିଦେଇଛି ଏବଂ ପ୍ରାୟ ଏକ ସପ୍ତାହ ମଧ୍ୟରେ ସେମାନେ ଦୁର୍ଘଟଣା ସମ୍ପର୍କିତ ଏକ ରିପୋର୍ଟ ପ୍ରଦାନ କରିବେ । ପରବର୍ତ୍ତୀ ସମୟରେ ରିପୋର୍ଟ ଆଧାରରେ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ।

ଏନେଇ ବିଭାଗ ପକ୍ଷରୁ ଦୃଢ ନିୟମ ରହିଥିଲେ ମଧ୍ୟ ଏହିଭଳି ଦୁର୍ଘଟଣାରୁ ନିବୃତି ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ରହିବା ଆବଶ୍ୟକ ।

Leave A Reply

Your email address will not be published.