Latest Odisha News

BREAKING NEWS

ତାଳଦଣ୍ଡା କେନାଲକୁ କେମିତି ଖସିଲା କାର୍ ? ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ

କଟକ: ତାଳଦଣ୍ଡା କେନାଲକୁ କେମିତି ଖସିଲା କାର୍ ? କେନାଲକୁ କାର୍ ଖସି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତାଳଦଣ୍ଡା କେନାଲର ପୁନରୁଦ୍ଧାର କରାଯାଇ ନବୀକରଣ କରାଯାଉ ଥିବା ବେଳେ କାର କେମିତି ଖସିଲା ? ସୋମବାର ତାଳଦଣ୍ଡାକୁ କାର ଖସିଯାଇ ଆଖି ବୁଜିଥିଲେ ବ୍ୟବସାୟୀ ଜ୍ଞାନରଞ୍ଜନ ଜେନା ।

ମିଳିଥିବା ସୂଚନା ଅନୁସାରେ, ରାସ୍ତା ଓ ଗୃହ ଅଧୀକ୍ଷଣ ଯନ୍ତ୍ରୀ ଏବଂ ଉପଜିଲ୍ଲାପାଳ ତଦନ୍ତ କରିବେ । ନବୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ସୁରକ୍ଷା ପାଇଁ ବ୍ୟାରିକେଡ୍ ଦେଇଛି କି ନାହିଁ ତାର ଅନୁଧ୍ୟାନ କରି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି ।

ସୋମବାର ହୋଇଥିବା ଦୁର୍ଘଟଣାରେ ୬୩ ବର୍ଷୀୟ ବ୍ୟବସାୟୀ ଏସସିବି ମେଡିକାଲରେ ଆଖି ବୁଜିଥିବା ବେଳେ ପତ୍ନୀ ଅଞ୍ଜନାଙ୍କ ଅବସ୍ଥା ଗୁରୁତର ରହିଛି । ଅଭିଯୋଗ ଅନୁସାରେ, ଯେଉଁ ସ୍ଥାନରେ କାରଟି ତାଳଦଣ୍ଡା କେନାଲକୁ ଖସି ପଡ଼ିଲା, ସେଠାରେ କୌଣସି ସୁରକ୍ଷା ବ୍ୟାରିକେଡ୍ ନାହିଁ । ଫଳରେ କାରଟି ୩୫ ଫୁଟ୍ ତଳକୁ ଖସି ପଡ଼ିଥିବା କୁହାଯାଉଛି ।

Leave A Reply

Your email address will not be published.