Latest Odisha News

ମଣିପୁର ହିଂସାକୁ ଉସୁକାଉଛି ଚୀନ ! ଭାରତୀୟ ସେନା ବିରୋଧରେ ସୋସିଆଲ ମିଡିଆରେ କରୁଛି ପ୍ରଚାର

ମଣିପୁର:ମଣିପୁର ହିଂସା ଥମିବାର ନାଁ ନେଉନି । ଏବେ ଏହି ହିଂସାକୁ ନେଇ ଚୀନ ରାଜନୀତି କରିବା ଆରମ୍ଭ କରି ଦେଇଛି । ଚୀନର ସୋସିଆଲ ମିଡଆରେ ଭାରତ ବିରୋଧରେ ମଣିପୁର ହିଂସାକୁ ନେଇ ଆପତ୍ତିଜନକ କଥା ପୋଷ୍ଟ କରାଯାଉଛି ଯାହା ଭାଇରାଲ ହେଉଛି । ମିଡିଆ ରିପୋର୍ଟ ଅନୁସାରେ, ଚୀନ ସୋସିଆଲ ମଡିଆରେ ମଣିପୁର ହିଂସାକୁ  ନେଇ ଭାରତୀୟ ସେନା ଏବଂ ସୁରକ୍ଷାବଳଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କରିବା ପରି କଥା ଉଲ୍ଲେଖ କରାଯାଇଛି ।

ଚୀନ ସୋସିଆଲ ମିଡିଆ Weibo ରେ ନିୟମିତ ମଣିପୁର ହିଂସା ସମ୍ପର୍କିତ ଭିଡିଓ ନିୟମିତ ଶେୟାର କରାଯାଉଛି । ଏଥିରେ ଏପରି ଅନେକ ଭିଡିଓ ପୋଷ୍ଟ କରାଯାଇଛି ଯାହାର ସମ୍ପର୍କ ମଣିପୁର ହିଂସା ସହ ନାହିଁ । କିନ୍ତୁ ଏଥିରେ ଭାରତୀୟ ସେନା ଏବଂ ସୁରକ୍ଷା କର୍ମୀଙ୍କ ବିରୋଧରେ ମାନବ ଅଧିକାରୀ କ୍ଷୁର୍ଣ୍ଣ କରୁଥିବା ଉଲ୍ଲେଖ କରାଯାଇଛି ।  Weibojରେ ଜଣେ ୟୁଜର୍ସ ଉଲ୍ଲେଖ କରିଛନ୍ତି, ମଣିପୁରରେ ଲୋକ ଭାରତୀୟ ମିଲିଟାରୀ ପୋଲିସ ବିରୋଧରେ ସ୍ୱାଧୀନତାର ଯୁଦ୍ଧ କରୁଛନ୍ତି । ଏପରିକି ଅନକେ ୟୁଜର୍ସ #Manipur is not India ଏବଂ #China stands with Manipur ହାସଟାଗ ଦିଆଯାଇ ଉଲ୍ଲେଖ କରାଯାଇଛି ।

ଗୁଇନ୍ଦା ସୂଚନା ଅନୁଯାୟୀ, ମଣିପୁର ହିଂସା ନାଁରେ ଚାଇନା ମଣିପୁରକୁ ଭାରତ ବିରୋଧରେ ବ୍ୟବହାର କରୁଛି । ଏପରିକି ପୂର୍ବୋତ୍ତର ରାଜ୍ୟରେ ସକ୍ରିୟ ଉଗ୍ରବାଦୀ ସଂଗଠନ ପାଖକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ହତିଆର  ଯୋଗାଇ ଦିଆ ଯାଉଥିବା କୁହାଯାଇଛି  ଯାହା ଏବେ ଚିନ୍ତାର ବିଷୟ ହୋଇଛି ।

ମଣିପୁରରେ  ଉଗ୍ରବାଦୀ ସଂଗଠନ ଏହି ଅସ୍ତ୍ରଶସ୍ତ୍ର ପାଇ ହିଂସା ଘଟାଉଥିବା କୁହାଯାଉଛି । ଏହି  ଉଗ୍ରବାଦୀଙ୍କୁ ଚୀନର ବ୍ଲାକ ମାର୍କେଟରୁ ସହଜରେ ଅସ୍ତ୍ରଶସ୍ତ୍ର ମିଳି ଯାଉଛି ଯଦ୍ୱାରା ମଣିପୁର ହିଂ କମିବାର ନାଁ ଧରୁନି । ଉଗ୍ରବାଦୀ ସଂଗଠନର ଅନେକ କମାଣ୍ଡର ଚୀନରେ ଲୁଚି ରହିଛନ୍ତି  । ତେଣୁ ମଣିପୁର ହିଂସାରେ ଚୀନର ଭୂମିକାକୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

ଏଠି କହିରଖିବୁ, ମଣିପୁର ହିଂସାକୁ ଦମନ କରବା ପାଇଁ ଆସାମ ରାଇଫଲ ସହ ମିଶି ଭାରତୀୟ ସେନା ମିଶି ଲଗାତାର ଅପରେଶନ କରୁଛି । ସେନା ପ୍ରମୁଖ ମଧ୍ୟ ମେ ୨୭  ଓ ୨୮ ତାରିଖ ମଣିପୁର ହିଂସାଗ୍ରସ୍ତ ଇଲାକା ଗସ୍ତରେ ଯାଇଥିଲେ । ସମସ୍ତେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମଣିପୁରରେ ଡେରା ପକାଇଛନ୍ତି ଏବଂ ନିୟମିତ ସୁରକ୍ଷା କର୍ମୀଙ୍କ ସହ ଯୋଗଯୋଗରେ ଅଛନ୍ତି ।

Leave A Reply

Your email address will not be published.