Latest Odisha News

BREAKING NEWS

ବଢିଲା ନିଲମ୍ବିତ ଆଇପିଏସ ରାଜେଶ ପଣ୍ଡିତଙ୍କ ଅଡୁଆ

ଭୁବନେଶ୍ଵର: ବଢିଲା ନିଲମ୍ବିତ ଆଇପିଏସ ରାଜେଶ ପଣ୍ଡିତଙ୍କ ଅଡୁଆ । ତାଙ୍କ ବିରୋଦ୍ଧରେ ହୋଇଥିବା ଅଭିଯୋଗର ଜବାବ ଦେବାକୁ ୩୦ ଦିନର ମହଲତ ଦିଆଯାଇଛି । ଯେଉଁ ଅଭିଯୋଗକୁ ସ୍ବୀକାର କରି ନାହାନ୍ତି ତାହାର ତଦନ୍ତ ହେବ । ଯଦି ଧାର୍ଯ୍ୟ ସମୟରେ ଜବାବ ନ ଦିଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ଗୃହ ବିଭାଗ । ସେପଟେ ତଦନ୍ତ କମିଟି ପାଖରେ ବ୍ୟକ୍ତିଗତ ହାଜର ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ନଚେତ ଅନୁପସ୍ଥିତ ଦର୍ଶାଇ ତଦନ୍ତ କମିଟି ଏକପାଖିଆ ନିଷ୍ପତ୍ତି ନେଇପାରିବ ବୋଲି ସୂଚନା ଦେଇଛି ଗୃହ ବିଭାଗ।

ସୂଚନା ଅନୁସାରେ, ଗତ ଜୁଲାଇ ୩୦ ତାରିଖରେ ଡିଆଇଜି ଭାବେ ଫାୟାର ସର୍ଭିସ ଓ ହୋମଗାର୍ଡ ଦାୟିତ୍ୱରେ ଥିବା ଆଇପିଏସ ଅଫିସର ପଣ୍ଡିତ ରାଜେଶ ନିଲମ୍ବିତ ହୋଇଥିଲେ । ୨୦୦୭ ବ୍ୟାଚର ଏହି ଆଇପିଏସଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କ୍ୟାପିଟାଲ ଥାନା ଅଧିନରେ ଗତ ଜୁଲାଇ ୨୭ ତାରିଖ ରାତିରେ ଘଟିଥିବା ଏକ ଘଟଣାକୁ ନେଇ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଥିଲା ଗୃହ ବିଭାଗ। ଏ ନେଇ ଗୃହ ବିଭାଗ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଡିଜିପି।

Comments are closed.