ଭୁବନେଶ୍ୱର : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମଲେଖା ଲାଗି ଗୁରୁବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଜୁନ୍ ୨୪ରୁ ଜୁଲାଇ ୮ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ । ପ୍ରଥମ ମେରିଟ ଲିଷ୍ଟ ଜୁଲାଇ ୧୮ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ ୫ ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।
ତେବେ ଯୁକ୍ତ ତିନି ଲାଗି ରେଗୁଲାର କ୍ଲାସ୍ ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି ।
Comments are closed.