Latest Odisha News

BREAKING NEWS

ଆସନ୍ତାକାଲି ଖୋଲିବ ଓଡିଶାର ସମସ୍ତ ସ୍କୁଲ୍, ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକ ଜୁନ୍ ୨୬ ପରିବର୍ତ୍ତେ ଆସନ୍ତାକାଲି ତଥା ଶୁକ୍ରବାର ଦିନ ଖୋଲିବ ବୋଲି ଜଣାପଡିଛି ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଜଳବାୟୁରେ ପରିବର୍ତ୍ତନ ତଥା ଗ୍ରୀଷ୍ମପ୍ରବାହ ଧିରେଧିରେ କମୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, କ୍ରମାଗତ ଭାବେ ଗ୍ରୀଷ୍ମ ଉତ୍ତାପକୁ ଲକ୍ଷ୍ୟକରି ରାଜ୍ୟ ସରକାର ଖରାଛୁଟି ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିବା ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ତେବେ ଚଳିତ ଥର ସବୁ ବିଦ୍ୟାଳୟ ଗୁଡିକରେ ଜୁନ୍ ୨୩ ତାରିଖ ଯାଏଁ ଖରାଛୁଟି ଥିଲା । ପରେ ଏହାକୁ ବୃଦ୍ଧି କରାଯାଇ ଜୁନ୍ ୨୫ କରାଯାଇଥିଲା ।

Leave A Reply

Your email address will not be published.