Latest Odisha News

BREAKING NEWS

ଆରମ୍ଭ ହେଲା ବିଧାନସଭା ବାଚସ୍ପତି ଚୟନ ପ୍ରକ୍ରିୟା

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ନୂଆ ବାଚସ୍ପତିଙ୍କ ନିର୍ବାଚନ ହେବା ନେଇ ଶୁକ୍ରବାର ଦିନ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ଦିନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ରାଜ୍ୟ ବିଧାନସଭାର ନୂଆ ବାଚସ୍ପତି ଭାବେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “ମୁଁ ଜଣେ ପ୍ରସ୍ତାବକ ଭାବେ ତାଙ୍କ ନାମ ଆସନ୍ତାକାଲି ବିଧାନସଭା ସେକ୍ରେଟେରୀଏଟର ସଚିବଙ୍କ ନିକଟରେ ସୁପାରିଶ କରିବି । ଶନିବାର ସକାଳ ୧୧ଟା ବେଳେ ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ଚୟନ କରାଯିବ” ବୋଲି ସେ କହିଛନ୍ତି।

ତେବେ ପୂର୍ଣ୍ଣକାଳୀନ ବାଚସ୍ପତିଙ୍କ ଅନୁପସ୍ଥିତି କ୍ରମେ ବିଜେଡି ନେତା ଅମର ଶତପଥୀଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଅଛି ।

Comments are closed.