Latest Odisha News

BREAKING NEWS

ଜାଣନ୍ତୁ, ମନ୍ତ୍ରୀମଣ୍ଡଳରୁ ବାଦ ପଡିବା ପରେ କ’ଣ କହିଲେ ଜୁଏଲ୍

ନୂଆଦିଲ୍ଲୀ : ମୋଦିଙ୍କ କ୍ୟାବିନେଟରୁ ବାଦ ପଡିବା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଶୁକ୍ରବାର ଦିନ ପ୍ରକାଶ କରିଛନ୍ତି ଯେ ଏନେଇ ମୁଁ ଆଶ୍ଚର୍ଯ୍ୟଚକିତ ନୁହେଁ ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଚଳିତ ନିର୍ବାଚନରେ ତାଙ୍କ ଦଳର ୩୦୩ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୪୦/୫୦ ମନ୍ତ୍ରୀ ହେବେ। ଏଥର କିଛି ଲୋକଙ୍କୁ ସୁଯୋଗ ମିଳିଥିବା ବେଳେ ଆଉ କିଛି ବ୍ୟକ୍ତି ବାଦ୍ ପଡ଼ିଛନ୍ତି।

“ଗତଥର ମୋତେ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବେ ସୁଯୋଗ ମିଳିଥିଲା। ଏଥର ଆଉ କିଛି ବ୍ୟକ୍ତିଙ୍କୁ ଏହି ଅବସର ମିଳିଛି। ଏହା ଏକ ସୁସ୍ଥ ଗଣତାନ୍ତ୍ରୀକ ପରମ୍ପରାର ସଙ୍କେତ” ବୋଲି ଜୁଏଲ କହିଛନ୍ତି ।

ମୁଁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ । ପାର୍ଟି ମୋତେ ଯାହା କାମ ଦିଏ, ମୁଁ ତାହା କରେ ବୋଲି କହିଛନ୍ତି ସୁନ୍ଦରଗଡର ସାଂସଦ ଜୁଏଲ୍ ଓରାମ।

ତେବେ ମୋଦିଙ୍କ କ୍ୟାବିନେଟରେ ୫ ବର୍ଷ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଜୁଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.