Latest Odisha News

BREAKING NEWS

ଆଜିଠୁ ଆରମ୍ଭ +୨ ନାମଲେଖା ଆବେଦନ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରଥମବର୍ଷ ନାମଲେଖା ଆବେଦନ ପ୍ରକ୍ରିୟା । ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଆସନ୍ତା ଜୁନ୍ ୨୦ ତାରିଖ ରାତି ୧୧ଟା ୪୫ ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନ କରିପାରିବେ । ସେହିପରି କଟଅଫ୍ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁନ୍ ୨୮ ତାରିଖ ଦିନ ପ୍ରକାଶ ପାଇବ । ଏଥର ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍ ୨୯ ରୁ ଜୁଲାଇ ୫ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନାମ ଲେଖାଇପାରିବେ ।

ସେହିପରି ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୩ ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ । ୨ୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ । ଦୁଇଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି ଆସନ ଖାଲି ପଡ଼େ ତାହାହେଲେ ସ୍ପଟ୍ ନାମଲେଖା ତାଲିକା ଜୁଲାଇ ୨୬ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ । ଜୁଲାଇ ୨୯ରୁ +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ତେବେ ସିଟ୍ ଅଭାବ ପାଇଁ ଭଲ କଲେଜରେ ସିଟ ମିଳିବ ନା ନାହିଁ ତାକୁ ନେଇ ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ । ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ୧୦୬ଟି ହାଇସ୍କୁଲକୁ ଦ୍ୱାଦଶ ଯାଏ ଅପ୍ ଗ୍ରେଡ କରାଯାଇଛି ।

Leave A Reply

Your email address will not be published.