Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ଏତିକି ବେଳେ ଧଳା ନେଭି ୟୁନିଫର୍ମ ପିନ୍ଧିଥିବା ଜଣେ ଲୋକ ଆସି ମାଇକ୍‌ରେ କିଛି ଘୋଷଣା କଲେ । “ପ୍ରିୟ, ଯାତ୍ରୀଗଣ, ଆମେ ଦୁଃଖର ସହ ଆପଣମାନଙ୍କୁ ଜଣାଉଛୁ ଯେ, ଇଂଜିନ୍‌ରେ କିଛି ଯାବିକ ତ୍ରୁଟି ଯୋଗୁଁ ଆମେ ତିନିଘଚାା ବିଳମ୍ବରେ ପହଂଚିବାକୁ ଯାଉଛେ । ଆଉ ଅଧଘଚାା ପରେ ଆମେ ପାଖ ପୋର୍ଟରେ ଅଟକିବା । ଆପଣମାନେ ପୋର୍ଟକୁ ଯାଇ ବୁଲାବୁଲି କରିପାରନ୍ତି । ପାଗ ଖୁବ୍ ସୁନ୍ଦର ଅଛି । ବହୁଳ ସଂଖ୍ୟାରେ ଟୁର୍ ଗାଇଡ଼୍‌ମାନଙ୍କ ବ୍ୟବସ୍ଥା ମଧ୍ୟ ହୋଇପାରିବ । ଆମେମାନେ ପୁଣିଥରେ ଏ ଅସୁବିଧା ପାଇଁ କ୍ଷମା ଚାହୁଁଛୁ ।”

ଏ କଥା ଶୁଣିବାମାତ୍ରେ ଯାତ୍ରୀମାନଙ୍କ ଭିତରେ ଗୁଂଜରଣ ଖେଳିଗଲା । କେତେଜଣଙ୍କ ମୁହଁ ଶୁଖିଗଲା ତ ଆଉ କେତେଜଣ ପୋର୍ଟ ବୁଲିପାରିବେ ବୋଲି ଖୁସି ହୋଇଗଲେ । “କ’ଣ କହୁଛ? ଆମେ ବାହାରେ ଯାଇ ବୁଲାବୁଲି କରିବା ନା ଏଇଠି ବସି ରହିବା?” ବୀରା ପଚାରିଲା । ପାଟିରେ ଅଣ୍ଡା ଟୋଷ୍ଟ୍ ଭର୍ଚାି ଥାଇ ସିଡ଼୍ ସେମିତି ଅସ୍ପଷ୍ଟ ଭାବରେ କହିଲା, “ଯାହା… ହେ… ଚୱ…” । ଏକଥା ଶୁଣି ବୀରା ତା’ ହାତକୁ ବାଡ଼େଇ ଦେଇ କହିଲା, “ଛିଃ! ଭାରି ବିରକ୍ତିକର ।” ଚଟାପଟ୍ ଗିଳି ପକେଇ ସିଡ଼୍ କହିଲା, “ଆରେ ମୁଁ କ\’ଣ କହୁଥିଲି କି – ଯାହା ହେଲେ ବି ଚଳିବ ।” ଆଉ ଚାରିଜଣଯାକ ବୁଲିଯିବାକୁ ସ୍ଥିର କଲେ ।

“ଆରେ, କିଏ ଜାଣିଛ ଏ ପୋର୍ଟର ନାଁ କ’ଣ?” ସମୀରାର ଏ ପ୍ରଶ୍ନରେ ସିଡ଼୍ ହାଇ ମାରି ମାରି କହିଲା, “ନା, ମୋ’ ଭୁଗୋଳ ଓ ସାଧାରଣଜ୍ଞାନ ଖୁବ୍ ଦୁର୍ବଳ ।”

ବୀରା ଆଡ଼କୁ ସମୀରା ଏମିତି ଚାହିଁଲା, ସତେ ଯେମିତି ସେ ଏମିତି ପ୍ରଶ୍ନ ଏ ପେଟୁ ସିଡ଼୍‌କୁ କାହିଁକି ପଚାରିଲା ବୋଲି ନିଜକୁ ପ୍ରଶ୍ନ କରୁଥିଲା । ତେବେ ରୋହାନ୍ ପ୍ରସ୍ତାବ ଦେଲା,

“ଆଗ ଆମେମାନେ ଯାଇ ପୋର୍ଟ ଦେଖିବା, ତାପରେ ସେଠି ବେଶୀ ସମୟ ବିତେଇବା କି ନାହିଁ ସ୍ଥିର କରିବା ।” ସମସ୍ତେ ଏ ପ୍ରସ୍ତାବରେ ରାଜି ହେଲେ ।

Leave A Reply

Your email address will not be published.