Latest Odisha News

ଜୁଲାଇ ୫ରୁ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ!

ଭୁବନେଶ୍ୱର:  ରତ୍ନ ଭଣ୍ଡାରରେ ମୂଲ୍ୟବାନ ସାମଗ୍ରୀର ଯାଞ୍ଚ ପାଇଁ ଗଠିତ କମିଟିର ନେତୃତ୍ୱ ନେଉଥିବା ଜଷ୍ଟିସ୍ ଅରିଜିତ ପଶାୟତ ଜୁଲାଇ ୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଷ୍ଟିସ୍ ଅରିଜିତ ପଶାୟତ ଜୁଲାଇ ୫ ତାରିଖରେ ପୁରୀରେ ରତ୍ନ ଭଣ୍ଡାର ସଂରକ୍ଷଣ କମିଟିର ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ନୂଆ ସରକାର ଆସିବା ପରେ କେବେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଜଷ୍ଟିସ ପଶାୟତଙ୍କ ଗସ୍ତ ଅନେକ କିଛି ସଙ୍କେତ ଦେଇଛି। ଗସ୍ତ ସମୟରେ ରତ୍ନ ଭଣ୍ଡାର ନିର୍ମାଣ କାର୍ଯ୍ୟ ପାଇଁ ଜୁଲାଇ ୮ତାରିଖରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିବାରୁ ରତ୍ନଭଣ୍ଡାର ଖୋଲିବା ଓ ଗଣତି ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

Comments are closed.