Latest Odisha News

ତ୍ରିସ୍ତରୀୟ ପଞ୍ଚାୟତରାଜ ଅନୁଷ୍ଠାନରେ ୧୧୩୪ଟି ପଦବୀ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠାନରେ ଖାଲି ପଡ଼ିଥିବା ୧୧୩୪ଟି ପଦବୀ ପୂରଣ ପାଇଁ ରାଜ୍ୟ ନିର୍ବାଚନ କମିଶନ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ରିପୋର୍ଟ ଅନୁସାରେ ପାଞ୍ଚଟି ଜିଲ୍ଲା ପରିଷଦ ସଦସ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ ଏବଂ ୨୭୨ଟି ୱାର୍ଡ ସଦସ୍ୟଙ୍କ ପାଇଁ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ବିଭିନ୍ନ ପଞ୍ଚାୟତର ପ୍ରାୟ ୭୭୧ଟି ୱାର୍ଡରେ ପୁନର୍ବାର ନୂଆ ଆକାରରେ ନିର୍ବାଚନ ହେବ।

ଗତ ୨୦୨୨ ମସିହାରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବର୍ଗ ପାଇଁ ଥିବା ମୋଟ୍ ୭୭୧ଟି ୱାର୍ଡରେ କୌଣସି ନାମାଙ୍କନ ଦାଖଲ ହୋଇନଥିଲା। ତେଣୁ ବର୍ତ୍ତମାନ ସମ୍ପୃକ୍ତ ଜିଲ୍ଲାଗୁଡିକୁ ସଂରକ୍ଷଣରୁ ମୁକ୍ତ କରିବା ପରେ ଚଳିତ ବର୍ଷ କଲେକ୍ଟରମାନଙ୍କ ଦ୍ୱାରା ନୂତନ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ପ୍ରସ୍ତୁତ ହୋଇଥିବା ୱାର୍ଡ ଅନୁଯାୟୀ ଭୋଟର ତାଲିକାର ବିଭାଜନ ଆଗାମୀ ଏପ୍ରିଲ ୧୭ ଏବଂ ୨୨ ତାରିଖରେ କରାଯିବ। ୨୪ ଏପ୍ରିଲରେ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡ ଅନୁଯାୟୀ ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

 

Comments are closed.