Latest Odisha News

BREAKING NEWS

କରୋନାରେ ଫିଲ୍ମ ନିର୍ମାତା ରିୟାନ୍ ଷ୍ଟିଫେନ୍‌ଙ୍କ ପରଲୋକ

ମୁମ୍ବାଇ: କରୋନାରେ ବଲିଉଡ୍‌ ନିର୍ମାତା ନିର୍ମାତା ରିୟାନ୍ ଇଭାନ୍ ଷ୍ଟିଫେନ୍‌ଙ୍କ ଆଜି ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କରୋନା ଆକ୍ରାନ୍ତ ହୋଇ ପ୍ରାୟ ୨୦ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ରିଆନ୍ ଫିଲ୍ମ ‘ଇନ୍ଦୁ କୀ ଜାୱାନୀ’, କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବୀ’ ଆଦି ଚଳଚ୍ଚିତ୍ର ପାଇଁ ବେଶ୍ ଜଣାଶୁଣା। ରିଆନ୍ କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ସହିତ ଜଡିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

ନିର୍ମାତାଙ୍କ ମୃତ୍ୟୁରେ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Comments are closed.