Latest Odisha News

BREAKING NEWS

ବେଆଇନ ପ୍ରମାଣପତ୍ର ପାଇଁ ଠକ କମ୍ପ୍ୟୁଟର ସଂସ୍ଥାଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସମ୍ପ୍ରତି କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ କମ୍ପ୍ୟୁଟର ଶିକ୍ଷା ଅତ୍ୟନ୍ତ ଜରୁରୀ। ଏଥିପାଇଁ ରାଜ୍ୟ ସରକାର ସରକାରୀ କିମ୍ବା ଅନ୍ୟ ସରକାରୀ ଏବଂ ଅର୍ଦ୍ଧସରକାରୀ କାର୍ଯ୍ୟାଳୟରେ ମୌଳିକ କମ୍ପ୍ୟୁଟର ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରିଛନ୍ତି।

ତେବେ ଏହାର ସୁଯୋଗ ନେଇ ସୋସାଇଟି ରେଜିଷ୍ଟ୍ରେସନ୍‌ ଆକ୍ଟ ୧୮୬୦ରେ ପଞ୍ଜିକୃତ ହୋଇ ରାଜ୍ୟର ବିଭିନ୍ନ ଏନ୍‌ଜିଓ ଏବଂ ଅଣଅନୁମୋଦିତ ଶିକ୍ଷାନୁଷ୍ଠାନ ବେଆଇନ ଭାବେ କମ୍ପ୍ୟୁଟର ପାଠ୍ୟକ୍ରମର ପ୍ରମାଣପତ୍ର ପ୍ରଦାନ କରୁଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି।

ଏଆଇସିଟିଇ ଏବଂ ଏନ୍‌ସିଭିଟି କିମ୍ବା କୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଅନୁମତି ନ ନେଇ ସାର୍ଟିଫିକେଟ୍ ଦେବା ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟ ହୋଇଥାଏ।

ତେବେ ଏହି ବେଆଇନ କାର୍ଯ୍ୟ ସହିତ ଜଡ଼ିତ ଥିବା ସଂସ୍ଥା କିମ୍ବା ଶିକ୍ଷାନୁଷ୍ଠାନ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଏହା ଉପରେ ନଜର ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଫଳରେ ଅନେକ ଯୁବକ ଯୁବତୀ ଜାଲ୍‌ ପ୍ରମାଣପତ୍ରରୁ ନିଜକୁ ସୁରକ୍ଷିତ ରଖିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.