Latest Odisha News

BREAKING NEWS

ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ ‘contours of my life’ ଉନ୍ମୋଚିତ

ଭୁବନେଶ୍ବର : ଉନ୍ମୋଚିତ ହୋଇଛି ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ contours of my life । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ।

ଓଡିଶୀ ନୃତ୍ୟ, ସଙ୍ଗୀତ, ବିଜ୍ଞାନ, ଗବେଷଣା, ନାରୀ ସ୍ବାଧୀନତା ତଥା ସମସାମୟିକ ଘଟଣାବଳୀ ଉପରେ ପ୍ରଫେସର ହେଜମାଦୀଙ୍କ ଦ୍ବାରା ବିଭିନ୍ନ ସମୟରେ ରଚିତ ନିବନ୍ଧ ଓ ସାକ୍ଷାତକାର ଏହି ପୁସ୍ତକରେ ସ୍ଥାନ ପାଇଛି । ଭୁବନେଶ୍ବରର ଶିକ୍ଷା ସନ୍ଧାନ ହେଉଛନ୍ତି ପୁସ୍ତକର ପ୍ରକାଶକ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।

Leave A Reply

Your email address will not be published.