Latest Odisha News

ମୟୂରଭଞ୍ଜରୁ ବଜ୍ରକାପ୍ତା ଉଦ୍ଧାର, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଜବତ ହୋଇଛି ଜୀବନ୍ତ ବଜ୍ରକାପ୍ତା । ବିକ୍ରି ପାଇଁ ଅଣା ଯାଇଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫ୍ ଚଢ଼ାଉ କରି ବଜ୍ରକାପ୍ତା ଉଦ୍ଧାର କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ।

ଗିରଫ ବ୍ୟବସାୟୀ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ନୀଳମଣି ଦେହୁରୀ । ଉଦ୍ଧାର ବଜ୍ରକାପ୍ତାକୁ କରଞ୍ଜିଆ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ୨୦୨୦ରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇଛି ଏସଟିଏଫ । ଗତ ୨୦୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ଟି କଲରାପତରିଆ ବାଘ ଛାଲ, ୧୧ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରାଗଲାଣି । ଏଥିସହ ୪୭ ଜଣଙ୍କୁ ଗିରଫ କଲାଣି ଏସଟିଏଫ ।

Leave A Reply

Your email address will not be published.