Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର: ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ୧୯ତମ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱବିଦ୍ୟାଳୟର ସମାନନୀୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ବାଣିଜ୍ୟ ବିଭାଗର ଅଭିନନ୍ଦନ କରିବା ସହ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ଙ୍କ ଜୀବନୀ କିପରି ଏକ ଆଦର୍ଶ ତାହା ବର୍ଣ୍ଣନା କରିଥିଲେ।
ଉତ୍ସବର ମୁଖ୍ୟ ବକ୍ତା ଭାବେ ଋଷିକେଶରୁ ଯୋଗଦେଇଥିଲେ ଅଧ୍ୟାତ୍ମକ ଗୁରୁ ସ୍ବାମୀ ଶ୍ୟାମ ଚୈତନ୍ୟ ମହାରାଜ । ସ୍ବାମୀଜୀ “ଅସ୍ଥିର ପୃଥିବୀ ରେ ସତ୍ୟତା ର ଅନୁସନ୍ଧାନ: ଶ୍ରୀମଦ୍ ଭଗବତ ଗୀତା ରୁ ଶିକ୍ଷା” ଶୀର୍ଷକ ରେ ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଥିଲେ ଯେ, ଧର୍ଯ୍ୟ ଏବଂ ଏକନିଷ୍ଠ ପରିଶ୍ରମ ମଣିଷ ଜୀବନ ର ଆଧାର ହେବ ଜରୁରୀ । ଅନ୍ୟମାନଙ୍କ କ୍ରୁର ବ୍ୟବହାର ଯେପରି ଆମ ମନ ର କରୁଣାର ବାରିଧାରା କୁ ବ୍ୟାଘାତ ନ କରି, ସେଥି ପ୍ରତି ଆମକୁ ବିଶେଷ ଯତ୍ନଶୀଳ ହେବାକୁ ପଡିବ ବୋଲି ସ୍ବାମୀଜୀ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।
ଉତ୍ସବରେ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା ସ୍ବାଗତ ଭାଷଣ ଦେବାସହ ଅତିଥି ପରିଚୟ କରିଥିବା ବେଳେ, ସ୍ମୃତି ସଂସଦ ର ସଭାପତି ତଥା ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ପ୍ରଦ୍ୟୋତ୍ କେଶରୀ ପ୍ରଧାନ ସ୍ବର୍ଗତ ପ୍ରଫେସର ସୂର୍ୟକ୍ୟନ୍ତ ଦାସଙ୍କ ଜୀବନୀ ଏବଂ ବ୍ୟକ୍ତିତ୍ଵର ସ୍ମୃତିଚାରଣ କରିଥିଲେ। ବିଭାଗର ପୂର୍ବତନ ମୁଖ୍ୟ ଅବସରପ୍ରାପ୍ତ ପ୍ରଫେସର ରମାକାନ୍ତ ଜେନା ସଭାରେ ପୌରୋହିତ୍ୟ କରିଥିଲେ। ଉତ୍ସବରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ନିମନ୍ତ୍ରିତ ଅତିଥି ମାନଙ୍କୁ ସହ ପ୍ରାୟ ୩୦୦ ଜଣ ଉତ୍ସବରେ ଯୋଗଦାନ କରିଥିଲେ।
ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ଆମେରିକାରେ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରି ୧୯୬୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ପ୍ରତିଷ୍ଠା କରିଥିଲେ। ନିଜର ବଳିଷ୍ଠ ବ୍ୟକ୍ତିତ୍ଵ, ସମାୟାନୁବର୍ତିତା, ଛାତ୍ରବତ୍ସଳତା ଏବଂ ସାରସ୍ଵତ ସାଧନା ପାଇଁ ଓଡ଼ିଶା ତଥା ଭାରତରେ ସୁପରିଚିତ ଥିଲେ।
Leave A Reply

Your email address will not be published.