Latest Odisha News

BREAKING NEWS

ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ରାଶି ୬ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ଦ୍ୱାରା ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ଅର୍ଥ ରାଶି ବୃଦ୍ଧି କରାଯାଇଛି । ପ୍ରତି ଯୋଗ୍ୟ ପ୍ରାର୍ଥୀଙ୍କୁ ୬ ଲକ୍ଷ ଟଙ୍କା ସ୍କଲାରସିପ୍ ମିଳିବ । ସର୍ବଭାରତୀୟ ସ୍ତରରେ ଆଇଆଇଟି, ଏନ୍ଆଇଟି, ଏମ୍ସ, ଏଏଫ୍ଏମସି ଏବଂ ଅନ୍ୟାନ୍ୟ ପ୍ରମୁଖ ସରକାରୀ ଅନୁଷ୍ଠାନମାନଙ୍କରେ ଇଞ୍ଜିନିୟରିଂ, ମେଡିସିନ୍ ଏବଂ ଲିବରାଲ୍ ଆର୍ଟ୍ସ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଯୋଗାଇ ଦେବା ପାଇଁ ଓଡ଼ିଶାର ୬ ଜଣ ମେଧାବୀଙ୍କୁ ଏହି ବାର୍ଷିକ ପିଜିଡିଏସ୍ ସ୍କଲାରସିପ୍ ଦିଆଯିବ ।

ଶୈଫାଳିକା ପଣ୍ଡା (ସିଇଓ-ବିଆଇପିଏଫ୍)ଙ୍କ ମତରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ସ୍ଥାୟୀ ଆର୍ଥିକ ତଥା ଶିକ୍ଷାଗତ ସ୍ୱଚ୍ଛଳତା ମାଧ୍ୟମରେ ନିଜର ତଥା ସେମାନଙ୍କ ଉତ୍ତର ପିଢ଼ିଙ୍କୁ ଭାଗ୍ୟକୁ ପରିବର୍ତ୍ତନ କରିବା ଦିଗରେ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ଏକ ସୁଯୋଗ ପ୍ରଦାନ କରିଥାଏ ।

ସ୍ୱର୍ଗତ ଇଲା ପଣ୍ଡାଙ୍କ ପିତା, ଆନ୍ତର୍ଜାତିକ ସ୍ତରରେ ବାଗ୍ମୀ ତଥା ଇତିହାସବିତ ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶ (୧୯୦୨-୧୯୫୯)ଙ୍କ ସ୍ମୃତିରେ ଇମ୍ଫା ଦ୍ୱାରା ୨୦୦୫ରେ ଏହି ସ୍କଲାରସିପ୍ ପ୍ରଦାନ ଆରମ୍ଭ ହୋଇଥିଲା । ପ୍ରଫେସର ଦାଶ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ପରେ ରେଭେନ୍ସା ମହାବିଦ୍ୟାଳୟ, ଗଙ୍ଗାଧର ମେହେର ମହାବିଦ୍ୟାଳୟ ଏବଂ ଫକୀର ମୋହନ ମହାବିଦ୍ୟାଳୟ ଇତ୍ୟାଦି ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଭାବେ ଜଡ଼ିତ ଥିଲେ । ଏହି ସବୁ ଅନୁଷ୍ଠାନଗୁଡ଼ିକ ଡିମଡ୍ ୟୁନିଭରସିଟି ହୋଇଛି ।

Leave A Reply

Your email address will not be published.