Latest Odisha News

BREAKING NEWS

ବଲିଉଡ ବାହାରେ ବଢୁଛି ସଞ୍ଜୁ ବାବାଙ୍କ ‘ଭାଉ’

ମୁମ୍ବାଇ: ଅନେକ ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ। ତାଙ୍କୁ ଭିଲେନ୍ ଭାବରେ ମଧ୍ୟ ବହୁତ ପସନ୍ଦ କରାଯାଉଛି। ନିକଟରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ ‘କେଜିଏଫ 2’ ରେ ସଞ୍ଜୟଙ୍କ ଖଳନାୟକ ଅଭିନୟ ବେସ ସଫଳ ପାଇଥିଲା। ବଲିଉଡରେ ଭିଲେନ୍ ହୋଇ ସମସ୍ତଙ୍କ ହୃଦୟ ଜିତିବା ପରେ ଏବେ ସାଉଥ୍ ଫିଲ୍ମରେ ଭିଲେନ୍ ଭୂମିକାରେ ଅଫର ପାଇଛନ୍ତି ସଞ୍ଜୁ ଭାଇ। ଥାଲାପତି ବିଜୟଙ୍କୁ ନିର୍ଦ୍ଦେଶନା ଦେଉଥିବା ସାଉଥ ଷ୍ଟାର ଲୋକେଶ କନଗାରାଜଙ୍କ ଆଗାମୀ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଏକ ଅଫର ମିଳିଛି।

ଏହି ଚଳଚ୍ଚିତ୍ରଟି ଏକ ଗ୍ୟାଙ୍ଗଷ୍ଟର ଆକ୍ସନ୍ ଥ୍ରୀଲର, ଯେଉଁଥିରେ ଥାଲାପତୀ ବିଜୟ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି। ସେପଟେ ସଞ୍ଜୟ ଏଥିରେ ଭିଲେନ ଭୂମିକା ଗ୍ରହଣ କରିଛନ୍ତି। ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ, ଫିଲ୍ମ ନିର୍ମାତା ଏପରି ଜଣେ ଅଭିନେତାଙ୍କୁ ଚାହୁଁଥିଲେ ଯିଏ ଭିଲେନ ଭୂମିକା ପାଇଁ ଅତୁଳନୀୟ ଦେଖାଯିବେ। ନିର୍ଦ୍ଦେଶକ ସଞ୍ଜୟଙ୍କ ସହ ଫିଲ୍ମ ବିଷୟରେ ଆଲୋଚନା କରିଥିଲେ ଏବଂ ସଞ୍ଜୟ ମଧ୍ୟ ଏହି ଭୂମିକାରେ ଅଭିନୟ କରିବାକୁ ରାଜି ଅଛନ୍ତି। ଫିଲ୍ମର ନାମ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।

ଖବର ଅନୁଯାୟୀ ସଞ୍ଜୟ ଦତ୍ତଙ୍କୁ ଏହି ଫିଲ୍ମ ପାଇଁ ୧୦ କୋଟି ଟଙ୍କା ଅଫର କରାଯାଇଛି। ଉକ୍ତ ଚଳଚ୍ଚିତ୍ର ସମ୍ପର୍କରେ ଏପରି ବି କୁହାଯାଉଛି ଯେ ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ହେବ। ଫିଲ୍ମ ବିକ୍ରମ ପରେ ନିର୍ଦ୍ଦେଶକ ଲୋକେଶ ଧୀରେ ଧୀରେ ନର୍ଥ ଇଣ୍ଡିଆରେ ଖ୍ୟାତି ଅର୍ଜନ କରୁଛନ୍ତି। ଏହି କାରଣରୁ ସେ ବର୍ତ୍ତମାନ ବିଜୟଙ୍କ ସହ ତାଙ୍କ ଫିଲ୍ମକୁ ଅଧିକ ଗ୍ରାଣ୍ଡ କରିବାକୁ ଚାହୁଁଛନ୍ତି। ଏଥି ସହିତ ବିଜୟ ହିନ୍ଦୀ ବେଲ୍ଟରେ ନିଜର ଅଭିନୟର ଯାଦୁ ଦେଖାଇ ସମସ୍ତଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି।

ଏହା ମଧ୍ୟ କୁହାଯାଉଛି ଯେ ଅଭିନେତା ପ୍ରୀତିରାଜଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ନେଗେଟିଭ ରୋଲରେ ଦେଖିବାକୁ ମିଳିବ। କିନ୍ତୁ ବର୍ତ୍ତମାନ ଏହି ବିଷୟରେ କୌଣସି ନିଶ୍ଚିତ ସୂଚନା ନାହିଁ। ଆସନ୍ତା ବର୍ଷ ଦିପାବଳୀ ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିପାରେ। ଏହି ଚଳଚ୍ଚିତ୍ର ମାଧ୍ୟମରେ ସଞ୍ଜୟ ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ। ସେ ପ୍ରଥମ ଥର ପାଇଁ ଏକ ତାମିଲ ଚଳଚ୍ଚିତ୍ରରେ କାମ କରିବେ। ଏହାପୂର୍ବରୁ ସଞ୍ଜୟ ଫିଲ୍ମ KGF-2 ମାଧ୍ୟମରେ କନ୍ନଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସୁପରଷ୍ଟାର ୟଶଙ୍କ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଜଣେ ଜବରଦସ୍ତ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ।

Leave A Reply

Your email address will not be published.