Latest Odisha News

BREAKING NEWS

ଆଉ ଖୋଲିବନି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନେକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ନିକଟରେ ଏହି ଖବର ତାଲିକାରେ ସାମିଲ ହୋଇଛି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍ । ଲକ୍‌ଡାଉନ୍ ପରଠୁ ଏହି ମ୍ୟୁଜିୟମ୍ ଅସ୍ଥାୟୀ ରୂପେ ବନ୍ଦ ରହିଥିଲା । ହେଲେ ଅତ୍ୟଧିକ କ୍ଷୟକ୍ଷତି ଯୋଗୁଁ ଏହାକୁ ସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି ।

ମର୍ଲିନ୍ ଏଣ୍ଟରଟେନମେଣ୍ଟର ମାଲିକାନା ଅଧିନରେ ରହିଛି କନୌଟ୍ ପ୍ଲେସ୍ ରିଗାଲ୍ ବିଲ୍ଡଂ ସ୍ଥିତ ମାଡାମ୍ ତୁସୋ ମ୍ୟୁଜିୟମ୍ । ନିକଟରେ ମ୍ୟଜିୟମ ଖୋଲିଥିଲେ ବି କିଛି ହାତଗଣତି ଦର୍ଶକ ଭିଡ ଜମାଇଥିଲେ । ଅନ୍ୟପଟେ ଟିକଟର ଦାମ ଜଣକ ପିଛା ୭୫୦ ଟଙ୍କା ଥିବାରୁ ଦର୍ଶକଙ୍କ ସଂଖ୍ୟା କରୋନା ପୂର୍ବରୁ ବି ସନ୍ତୋଷଜନକ ନଥିଲା ।

ଅନ୍ୟପଟେ ପ୍ରାଇମ୍ ଲୋକେସନରେ ମ୍ୟୁଜିୟମଟି ଥିଲେ ହେଁ ପାର୍କିଂରେ ଅବ୍ୟବସ୍ଥା, ବୁଲା ବିକାଳି ଓ ଅତ୍ୟଧିକ ଗହଳି ଯୋଗୁଁ ଲୋକେ ଏଠାକୁ ଆସିବାକୁ ଅସହଜ ମନେ କରିଥାନ୍ତି । ଏହି କାରଣରୁ ମ୍ୟୁଜିୟମକୁ ବନ୍ଦ କରାଯିବା ସହ ୧୨୦ଟି ମହମ ମଡେଲକୁ ହଟାଇଦିଆଯାଇଛି ।

୨୦୧୭ରେ ଦିଲ୍ଲୀରେ ମ୍ୟୁଜିୟମ ସ୍ଥାପନା ପାଇଁ ମର୍ଲିନ୍ ଏଣ୍ଟରଟେନମେଣ୍ଟ ୧୦ ମିଲିଅନ୍ ୟୁରୋ ଖର୍ଚ୍ଚ କରିଥିଲା । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତାଭ ବଚ୍ଚନ, ଶାହରୁଖ ଖାନ ଓ ସଚ୍ଚିନ ତେନ୍ଦୁଲକରଙ୍କ ଭଳି ବ୍ୟକ୍ତିତ୍ୱଙ୍କ ମହମ ମଡେଲ ସ୍ଥାନ ପାଇଥିଲା । ୨୦ରୁ ଅଧିକ ଅନ୍ତର୍ଜାତୀୟ ତଥା ସ୍ଥାନୀୟ କଳାକାର ମଡେଲ ଗୁଡିକର ଯତ୍ନ ନେଉଥିଲାବେଳେ ମାସକୁ ଖର୍ଚ୍ଚ ହେଉଥିଲା ଦେଢ କୋଟିରୁ ଅଧିକ ଟଙ୍କା ।

Leave A Reply

Your email address will not be published.